fbpx

ସାବଧାନ ! ପୋଷ୍ଟ୍‌ ଲାଇକ୍‌ କଲେ ଚାଲିଯିବ ଚାକିରି, ସୋସିଆଲ ମିଡିଆରେ ଦୁଃଖଭରା କାହାଣୀ ସେୟାର କଲେ କର୍ମଚାରୀ

ନୂଆଦିଲ୍ଲୀ : ଆଜିକାଲି ଲୋକଙ୍କ ଭାବନା ଓ ବିଚାର ଶେୟାର କରିବାର ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ । କିନ୍ତୁ ବେଳେବେଳେ ସୋସିଆଲ ମିଡିଆ ପୋଷ୍ଟ୍ ବା ଲାଇକ୍ ଲୋକଙ୍କୁ ମହଙ୍ଗା ପଡୁଛି । ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଥିରେ ଜଣେ କର୍ମଚାରୀଙ୍କୁ ଏକ ସୋସିଆଲ ମିଡିଆ ପୋଷ୍ଟ୍ ଲାଇକ୍ କରିବା ଯୋଗୁ ଚାକିରି ହରାଇବାକୁ ପଡ଼ିଛି ।

ମାମଲାଟି ଲିଙ୍କ୍ଡଇନ୍ ପ୍ଲାଟ୍ଫର୍ମର ଏକ ପୋଷ୍ଟ୍ ସହ ସଂଶ୍ଳିଷ୍ଟ । ଏଥିରେ ଜଣେ କର୍ମଚାରୀ ନିଜ ଅଫିସର ସମସ୍ୟା ବିଷୟରେ ଲେଖିଥିଲେ ।

କମ୍ପାନିର ଅଜବ ନିୟମ ଓ ଖରାପ କାର୍ଯ୍ୟ ପରିସ୍ଥିତି କେମିତି ତାଙ୍କ ଜୀବନକୁ ନର୍କ କରିଦେଇଥିଲା, ତାହା ସେ ପୋଷ୍ଟ୍ରେ ଲେଖିଥିଲେ । କର୍ମଚାରୀ ଜଣକ ସେହି ପୋଷ୍ଟ୍କୁ ଲାଇକ୍ କରିଥିଲେ । ପର ଦିନ ତାଙ୍କୁ କମ୍ପାନିର ସିଇଓ ଫୋନ୍ କଲେ ଏବଂ ତାଙ୍କୁ ଚାକିରିରୁ ବିଦା କରିଦେଲେ । ସିଇଓଙ୍କ ଅଭିଯୋଗ, କର୍ମଚାରୀ କମ୍ପାନି ବିଷୟରେ ନକାରାତ୍ମକ କଥା ପ୍ରଚାର କରୁଛନ୍ତି । ଏହି ଘଟଣା କାର୍ଯ୍ୟସ୍ଥଳୀରେ ମାନସିକ ସ୍ୱାସ୍ଥ୍ୟ ବିଷୟ ପ୍ରତି ଧ୍ୟାନ ଆକର୍ଷିତ କରିଛି । କର୍ମଚାରୀ କହିଛନ୍ତି, ମାନସିକ ସ୍ୱାସ୍ଥ୍ୟ ଉପରେ ଚର୍ଚ୍ଚା ହେଉଛି ।

PunjabKesari

କିନ୍ତୁ ଯେତେବେଳେ ଜଣେ ବ୍ୟକ୍ତି ନିଜ ସମସ୍ୟା ବିଷୟରେ କଥା ହୁଏ, ତାକୁ ସର୍ବଦା ଅଣଦେଖା କରାଯାଏ । କାର୍ଯ୍ୟସ୍ଥଳୀ ସମସ୍ୟା ଉପରେ କଥା ହେବାର ସ୍ୱାଧୀନତା କାହିଁକି ନାହିଁ ଏବଂ ଚୁପ୍ ରହି କାମ କରିବାକୁ ସେମାନେ କାହିଁକି ବାଧ୍ୟ ବୋଲି ସେ କହିଛନ୍ତି । ନୂଆ ଚାକିରିରେ ବି କ’ଣ ଏଭଳି ଚୁପ୍ ରହିବାକୁ ପଡ଼ିବ ଏବଂ କାର୍ଯ୍ୟସ୍ଥଳୀ ସମସ୍ୟାକୁ ସହିବାକୁ ପଡ଼ିବ ବୋଲି ସେ ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି । ଏକ ସାଧାରଣ ସୋସିଆଲ ମିଡିଆ ପୋଷ୍ଟ୍ କେମିତି ଜଣେ କର୍ମଜୀବୀଙ୍କ ଉପରେ ଗଭୀର ପ୍ରଭାବ ପକାଇପାରେ, ଏହି ଘଟଣା ତାହା ଦର୍ଶାଇଛି ।

Get real time updates directly on you device, subscribe now.