fbpx

ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ବିନ୍

ସବୁଜ ପନିପରିବା ଖାଇବାରେ ସ୍ୱାଦିଷ୍ଟ ହେବା ସହ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ପୋଷକ ତତ୍ତ୍ୱ ପ୍ରଚୁର ମାତ୍ରାରେ ରହିଥାଏ । ସେହି ସବୁଜ ପନିପରିବା ମଧ୍ୟରେ ରହିଛି ବିନ୍, ଯାହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ଅନେକ ରୋଗଠାରୁ ଆପଣଙ୍କୁ ରକ୍ଷା କରିଥାଏ । ବିନରେ ପ୍ରୋଟିନ୍, ଫାଇବର, ଜିଙ୍କ, ଆଇରନ୍, ଭିଟାମିନ୍ ଏ, ସି, କେ ଓ ବି ୬ ଇତ୍ୟାଦି ଭରପୂର ମାତ୍ରାରେ ରହିଥାଏ । ତେବେ ଆସନ୍ତୁ ଜାଣିବା ବିନର କ’ଣ ରହିଛି ଫାଇଦା…

-> ଆଜିକାଲି ଅନେକ ଲୋକଙ୍କଠାରେ କ୍ୟାନ୍ସର ରୋଗ ଦେଖାଯାଉଛି । ଏହି ସମସ୍ୟା ପାଇଁ ବିନ୍ସ ବହୁତ ଲାଭଦାୟକ । ଏଥିରେ ଫ୍ଲାଭୋନାଏଡ ଓ କାମ୍ପଫେରାଲ ଥାଏ, ଯାହା ଶରୀରରେ କ୍ୟାନ୍ସର କୋଷ ତିଆରିକୁ ରୋକିଥାଏ ।

-> ବିନ୍ ରେ ଫାଇବରରେ ଭରପୂର ମାତ୍ରାରେ ଥାଏ, ଯାହା ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଇବା ଦ୍ୱାରା ଆପଣଙ୍କର ହାର୍ଟ ସମ୍ବନ୍ଧୀୟ ସମସ୍ୟାରୁ ଦୂରେଇ ଯାଇଥାଏ ।

-> ଭୁଲ ଖାଇବା-ପିଇବା ଯୋଗୁଁ ପ୍ରାୟତଃ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଯାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିନ୍ ଖାଆନ୍ତୁ । ଏଥିରେ ଫାଇବର ଥାଏ, ଯାହା ହଜମ ଜନିତ ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.