fbpx

‘ଭର୍ଜିନ୍ ନ ହୋଇଥିଲେ ଟଚ୍ ବି କରିବିନି’- ଏହା ଶୁଣିବା ପରେ ଯୁବତୀ ଭାଙ୍ଗିଦେଲେ ବିବାହ

Advertisement

ନୂଆଦିଲ୍ଲୀ: ୧୨ ବର୍ଷ ବୟସରେ ହରମାନ କୌର୍ ଜାଣିବାକୁ ପାଇଥିଲେ ଯେ, ସେ ପିସିଓଏସ୍ ବା ପଲିସିସଟିକ୍ ଓଭାରୀ ସିଣ୍ଡ୍ରୋମ୍ ଦ୍ୱାରା ଗ୍ରସ୍ତ ଅଛନ୍ତି । ଏହା ଏକ ଏପରି ରୋଗ ଯେଉଁଥିରେ ହରମୋନ୍ ଲେବଲ୍ ଉପରେ ପ୍ରଭାବ ପଡ଼ିଥାଏ । ଏଥିରେ ମହିଳା ମାନଙ୍କୁ ଅନିୟମିତ ପିରିଅଡ୍ ହୋଇଥାଏ ଓ ମୁହଁରେ କେଶ ଉଠିବାକୁ ଲାଗିଥାଏ । ଫଳରେ ମହିଳା ମାନେ ଗର୍ଭବତୀ ହେବାରେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ହରମାନ ଙ୍କ ବୟସ ଏବେ ୩୧ ବର୍ଷ । ତାଙ୍କର ଏହି ରୋଗ କାରଣରୁ ମୁହଁରେ ଦାଢ଼ି ଉଠିବାକୁ ଲାଗିଥିବା ବେଳେ ସେ ନିଜ ଜୀବନରେ ବହୁ ସମସ୍ୟା ନେଇ ଗତି କରିଛନ୍ତି । ଏନେଇ ସେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ନିର୍ବନ୍ଧ ହୋଇସାରିଥିଲା । ତେବେ ପ୍ରଥମରୁ ତାଙ୍କ ଲୁକ୍ କୁ ନେଇ ଯୁବକ ଜଣକ କିଛି କହିନଥିଲେ ହେଲେ ପରେ ସେ ତାଙ୍କ ଉପରେ ଏକାଧିକ ସର୍ତ୍ତ ଲଦିବାକୁ ଲାଗିଲେ । ଯୁବକ ଜଣକ ତାଙ୍କୁ କହିଥିଲେ ଯେ, ଯଦି ସେ ଭର୍ଜିନ୍ ହୋଇନଥିବେ ତାହେଲେ ସ୍ପର୍ଶ ବି କରିବେ ନାହିଁ ।

ଏତେ ସବୁ କଥା ହେବା ପରେ ଶେଷରେ ହରମାନ୍ କୌର୍ ବିବାହ ଭାଙ୍ଗିଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ତାଙ୍କୁ ୩୧ ବର୍ଷ ହୋଇଥିବା ବେଳେ ମୁହଁ ଦାଢ଼ି ରହିଛି । ସେ ଲଣ୍ଡନରେ ଜନ୍ମିତ । ପରିବାରରେ ବାପା ମାଆ ଓ ଛୋଟ ଭାଇ ରହିଛନ୍ତି । ସେ କୁହନ୍ତି ଯେ, ତାଙ୍କ ପାଳନ ପୋଷଣରେ କୌଣସି ବି କମି ରଖାଯାଇନାହିଁ ।

ହରମାନ କୁହନ୍ତି ଯେ, ଯେତେବେଳେ ବି ମୁଁ ଘର ବାହାରକୁ ଯାଏଁ ମୋ ପାଇଁ ନର୍କ ଆରମ୍ଭ ହୋଇଯାଏ । ମୁହଁରେ କେଶ ଉଠୁଥିବାରୁ କ୍ଲାସ୍ ରେ ତାଙ୍କର ଥଟ୍ଟା କରାଯାଉଥିଲା । ୧୧ ବର୍ଷ ବୟସରୁ ହିଁ ଦାଢ଼ି ଉଠିବା ଆରମ୍ଭ ହୋଇଯାଇଥିଲା । ଏହାପରେ ୧୨ ବର୍ଷରେ ତାଙ୍କୁ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା ଓ ଡାକ୍ତର ଏହି ରୋଗ ସମ୍ପର୍କରେ କହିଥିଲେ । ଏହାପରେ ତାଙ୍କ ମାଆ ତାଙ୍କୁ ସେଲୁନ୍ ନେଇ ସେଭ୍ ବି କରାଉଥିଲେ । ହେଲେ ସ୍କୁଲରେ ତାଙ୍କର ମଜାକ୍ ଉଡାଯିବା ବନ୍ଦ ହୋଇନଥିଲା । ତାଙ୍କ ମୁହଁର କେଶ ପ୍ରତି ଥର ସେଭ୍ କରିବା ପରେ ମୋଟା ହେବାକୁ ଲାଗୁଥିଲା ।

ସ୍ଥିତି ଏପରି ଉପୁଜିଥିଲା ଯେ, ସେ ସୁଇସାଇଡ୍ କରିବା ନିଷ୍ପତ୍ତି ନେଇଯାଇଥିଲେ । ସ୍କୁଲ ଓ ରାସ୍ତାଘାଟରେ ତାଙ୍କର ଥଟ୍ଟା କରାଯାଉଥିଲା । ଏସବୁ ହରମାନଙ୍କୁ ଖୁବ୍ କଷ୍ଟ ଦେଉଥିଲା । ସ୍କୁଲ ପରେ ଚାକିରୀ ପାଇବାରେ ବି ବହୁ ସମସ୍ୟା ହୋଇଥିଲା । ଏହି ପରି କିଛି ଦିନ ବିତିବା ପରେ ତାଙ୍କ ନିର୍ବନ୍ଧ ହୋଇଥିଲା । ସେ ସମୟରେ ଯୁବକ ଜଣକ କିଛି ବି ଟିପ୍ପଣୀ ଦେଇନଥିଲେ । କିନ୍ତୁ ପରେ ସେ ଜଜ୍ କରିବାକୁ ଲାଗିଥିଲେ । ଆଉ ଶେଷରେ କହିଥିଲେ ଯେ, ଭର୍ଜିନ୍ ହୋଇନଥିଲେ ସେ ତାଙ୍କୁ ସ୍ପର୍ଶ ବି କରିବେ ନାହିଁ । ସେତେବେଳେ ତାଙ୍କ ବିବାହକୁ ୨ ମାସ ହିଁ ବାକି ଥିଲା । ହରମାନ ଏସବୁ କଥା ସହିନ ପାରି ବିବାହ ଭାଙ୍ଗି ଦେବା ନେଇ ନିଷ୍ପତ୍ତି ନେଇଥିଲେ ।

୨୦୧୬ରେ ସେ ଲଣ୍ଡନ ଫ୍ୟାଶନ୍ ୱିକ୍ ରେ ଭାଗ ନେଇଥିଲେ । ସେ ନିଜକୁ ପାନ୍ ସେକ୍ସୁଆଲ୍ କୁହନ୍ତି । ପାନ୍ ସେକ୍ସୁଆଲ୍ ଅର୍ଥ ହେଲା ସବୁ ବର୍ଗର ଲୋକଙ୍କ ପ୍ରତି ଆକର୍ଷିତ ହେବା ।

Get real time updates directly on you device, subscribe now.