fbpx

୨୨ ବର୍ଷ ତଳେ ଭାରତୀୟ ବିମାନକୁ ଅପହରଣ କରିଥିବା ଆତଙ୍କୀ ମୃତ, ୧୯୯୯ରେ ୧୭୮ ଯାତ୍ରୀଙ୍କୁ ରଖିଥିଲା ବନ୍ଧକ

AAKASH

ନୂଆଦିଲ୍ଲୀ: ୧୯୯୯ ମସିହାରେ ଭାରତୀୟ ବିମାନକୁ ଅପହରଣ କରିଥିବା ଆତଙ୍କୀ ଜହୁରର ମୃତ୍ୟୁ ଘଟିଛି । ଦୁଇ ଜଣ ଆକ୍ରମଣକାରୀ ତା’ ଉପରକୁ ଗୁଳି ଚଳାଇବା ଫଳରେ ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଜହୁର ନିଜ ଫେକ୍ ନେମ୍ ଜହିଦ ଆଖୁଣ୍ଡ ରଖିଥିବା ବେଳେ ତା’ର ମୃତ୍ୟୁ ପାକିସ୍ତାନର କରାଚିରେ ଘଟିଥିବା ଜଣାପଡ଼ିଛି । ଦୁଇ ଜଣ ବ୍ୟକ୍ତି ବାଇକରେ ଜହୁରର କଲୋନୀରେ ପସି ଟାର୍ଗେଟ୍ କରିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଗତ ୧୯୯୯ ମସିହା ଡିସେମ୍ବର ୨୪ରେ ଅଟଳ ବିହାରୀ ବାଜପେୟୀ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ଉକ୍ତ ଅପହରଣ ଘଟଣା ଘଟିଥିଲା । ୫ ଜଣ ଆତଙ୍କୀ ଏୟାର ଇଣ୍ଡିଆର ଆଇସି-୮୧୪ ବିମାନକୁ ହାଇଜାକ୍ କରି ଆଫଗାନିସ୍ତାନର କାନ୍ଦାହାରକୁ ନେଇଯାଇଥିଲେ । ଉକ୍ତ ବିମାନରେ ୧୭୮ ଜଣ ଯାତ୍ରୀ ଓ ୧୧ ଜଣ ଷ୍ଟାଫ୍ ରହିଥିଲେ । ଆତଙ୍କୀଙ୍କ ଚାପରେ ଭାରତ ସରକାର ତିନି ଜଣ ଆତଙ୍କୀ ମାସୁଦ ଆଝାର, ଅହମ୍ମଦ ଉମର ସଇଦ ଶୈଫ ଓ ମୁସ୍ତାକ ଅହମ୍ମଦ ଜର୍ଗରଙ୍କୁ ବନ୍ଦୀ ମୁକ୍ତ କରିଥିଲା । ଡିସେମ୍ବର ୩୧ରେ ବର୍ତ୍ତମାନର ଏନଏସଏ ଥିବା ଅଜିତ ଡୋଭାଲ ଓ ଭାରତୀୟ ପ୍ରତିନିଧି ମଣ୍ଡଳୀ ଆତଙ୍କବାଦୀଙ୍କ ସହ ଆଲୋଚନା କରି ୩ ଆତଙ୍କୀଙ୍କୁ ମୁକ୍ତ କରିବାକୁ ରାଜି ହୋଇଥିଲେ ।

Get real time updates directly on you device, subscribe now.