fbpx

ରାତାରାତି ବଦଳିଲା ଭାଗ୍ୟ, ପାଲଟିଲେ କୋଟିପତି, ପଢ଼ନ୍ତୁ ପୂରା କାହାଣୀ

AAKASH

ହିନ୍ଦୀରେ ଏକ ଲୋକକଥା ରହିଛି ‘ଭଗବାନ୍ ଜବ୍ ଦେତା ହୈ, ତୋ ଛପର୍ ଫାଡ଼୍ କେ ଦେତା ଦେତା ହୈ’… ଏହାର ଅର୍ଥ ହେଉଛି ଭଗବାନଙ୍କ କୃପା ହେଲେ ଆପଣଙ୍କୁ ଆଶାଠାରୁ ବି ଅଧିକ ମିଳିଥାଏ । ଏଭଳି କିଛି ଘଟଣା ଘଟିଛି ଜଣେ ବ୍ୟକ୍ତିଙ୍କ ସହ । ଆଉ ରାତାରାତି ବଦଳି ଯାଇଛି ସେହି ବ୍ୟକ୍ତିଙ୍କ ଭାଗ୍ୟ । କାରଣ ସେହି ବ୍ୟକ୍ତିଙ୍କ ପାଖରେ ନା ଥିଲା ଘର ନା ଥିଲା ଜୀବନଯାପନ କରିବା ପାଇଁ ଜରୁରୀ ଉପାଦାନ । ସେ ନିଜ ପତ୍ନୀ ଏବଂ ଝିଅ ସହ ଜୀବନ ବଞ୍ଚାଇ ପଳାଇଆସିଥିଲେ ଅନ୍ୟ ଦେଶକୁ । କିନ୍ତୁ ସେଠାରେ ଏଭଳି ଭାଗ୍ୟରେ ପରିବର୍ତ୍ତନ ହୋଇଥିଲା ଯେ ସେକାନ୍ଦି ପକାଇଥିଲେ । ପ୍ରକୃତରେ ତାଙ୍କୁ ୨୩ କୋଟିରୁ ଅଧିକ ଟଙ୍କାର ଘର ଏବଂ ୭ କୋଟିରୁ ଅଧିକ ଟଙ୍କା ମିଳିଛି ।

ଏହି କାହାଣୀ ହେଉଛି ଅଷ୍ଟ୍ରେଲିଆରେ ଶରଣାର୍ଥୀ ଭାବରେ ରହୁଥିବା ଏକ ପରିବାରର  । ଏହି ପରିବାର ଯୁଦ୍ଧ ଗ୍ରସ୍ତ ଇଷ୍ଟ ଆଫ୍ରିକୀୟ ଦେଶ ବୁରୁଣ୍ଡୀରୁ କୌଣସି ପ୍ରକାରେ ନିଜ ଜୀବନ ବଞ୍ଚାଇ ଚାଲିଆସିଥିଲେ । ଅଷ୍ଟ୍ରେଲିଆ ଆସିବା ପରେ ଏରିଷ୍ଟାଇଡ୍ ଏବଂ ତାଙ୍କ ପତ୍ନୀ ଏସ୍ତେର ଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା । ତାଙ୍କ ସହ ଏକ ତାଙ୍କ ଛୋଟ ଝିଅ ମଧ୍ୟ ରହିଥିଲା ।

ତେବେ ଅନେକ ଅସୁବିଧା ସହ ଲଢ଼ି ଏହି ଦମ୍ପତ୍ତି ଦକ୍ଷିଣ ଅଷ୍ଟ୍ରେଲିଆରେ ଏକ ହେଲ୍ଥ ସେଣ୍ଟରରେ କାମ କରୁଥିଲେ । ଆଉ ଏହି ସମୟରେ ସେମାନେ ଏକ ଲଟେରୀ କିଣିଥିଲେ, ଆଉ ଏହି ଲଟେରୀ ସେମାନଙ୍କ ଭାଗ୍ୟ ବଦଳାଇଦେଇଥିଲା । ଡେଲି ଷ୍ଟାରର ଏକ ରିପୋର୍ଟ ଅନୂଯାୟୀ ଦମ୍ପତ୍ତିଙ୍କ ଏକ ବିଳାସପୂର୍ଣ୍ଣ ଘର ଯେଉଁଥିରେ ୪ ବେଡରୁମ, କିଚେନ, ସ୍ୱିମିଂ ପୁଲ, ଭଳି ସୁବିଧା ରହିଛି । ଏହା ସହ ତାଙ୍କୁ ୭ କୋଟି ଟଙ୍କା ମଧ୍ୟ ମିଳିଛି ।

କାରଣ ଦମ୍ପତ୍ତିଙ୍କୁ ଏହି ଲଟେରୀ ଜତିଯାଇଥିଲେ  ଏବଂ ତାଙ୍କୁ ୨୩ କୋଟି ରୁ ଅଧିକ ଟଙ୍କାର ଏକ ଘର ଜିତିଛନ୍ତି । ଏହା ସହ ତାଙ୍କୁ ୭ କୋଟିରୁ ଅଧିକ ଟଙ୍କା ମଧ୍ୟ ମିଳିଛି । ଏସ୍ତେର କୁହନ୍ତି ଯେ ଜୀବନଯାପନ କରିବା ପାଇଁ ତାଙ୍କୁ ଅନେକ କଷ୍ଟର ସାମ୍ନା କରିବାକୁ ପଡ଼ୁଥିଲା । କିନ୍ତୁ ଏହି ଗୋଟିଏ ଘଟଣା ତାଙ୍କର ଜୀବନ ବଦଳାଇଦେଇଥିଲା । ତେବେ ଏତେ ବଡ଼ ପୁରସ୍କାର ଜିତି ସେମାନେ କାନ୍ଦି ପକାଇଥିଲେ  ।

Get real time updates directly on you device, subscribe now.