fbpx

ଦୀର୍ଘ ଦିନ ଧରି ସିଙ୍ଗଲ ଅଛନ୍ତି କି? ଜାଣନ୍ତୁ ଏହାର ଭୟଙ୍କର ପରିଣାମ

ନୂଆଦିଲ୍ଲୀ: ଆଜିକାଲିର ଅନେକ ଯୁବକ ବା ଯୁବତୀ ନିଜ ଜୀବନରେ ଗୋଟିଏ ଭଲ ଜୀବନସାଥି ଖୋଜିଥାନ୍ତି । ଯାହାକୁ ସେମାନେ ନିଜର ସୁଖ ଦୁଃଖ ସବୁକିଛି କହି ପାରିବେ । କିନ୍ତୁ ଏପରି କିଛି ପିଲା ଅଛନ୍ତି ଯେଉଁମାନେ ତାଙ୍କ ଜୀବନରେ ଏକା ରହିବାକୁ ପସନ୍ଦ କରିଥାନ୍ତି । ସେମାନେ ତାଙ୍କ ଜୀବନରେ କାହାର ହସ୍ତକ୍ଷେପକୁ ପସନ୍ଦ କରି ନଥାନ୍ତି । ଯେଉଁଥିପାଇଁ ସେମାନେ ସିଙ୍ଗଲ ରହିବାକୁ ଚାହିଁଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଜୀବନରେ ଏକା ରହିବା ଦ୍ୱାରା ବ୍ୟକ୍ତି ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏକା ରହିବା ଦ୍ୱାରା କଣ କ୍ଷତି ହୋଇଥାଏ ।

ଅଜଣା ଭୟର ଆଶଙ୍କା: ରିଲେସନସିପ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଜୀବନରେ ଏକୁଟିଆ ଅର୍ଥାତ ସିଙ୍ଗଲ ରହିବା ଦ୍ୱାରା ଭାବାତ୍ମକ ରୂପ ଦୁର୍ବଳ ହୋଇଯାଏ । ଏଥିସହିତ ମନରେ ସର୍ବଦା ବିଭିନ୍ନ ପ୍ରକାରର ଅଜଣା ଭୟ ସୃଷ୍ଟି ହୋଇଥାଏ । ଯାହାଫଳରେ ଆପଣ କାହା ଉପରେ ଭରସା କିମ୍ବା ବିଶ୍ୱାସ କରିପାରନ୍ତି ନାହିଁ ।

ଭିତରୁ ଭାଙ୍ଗି ପଡନ୍ତି: ବିଶେଷଜ୍ଞଙ୍କ ମତରେ ଜୀବନରେ ଏକା ରହିବା ଦେବା ବ୍ୟକ୍ତି ଜୀବନରେ ହେଉଥିବା କୌଣସି ସମସ୍ୟା କାହାକୁ ପ୍ରକାଶ କରିପାରନ୍ତି ନାହିଁ । ସମସ୍ତ ସମସ୍ୟାର ସମାଧାନ ନିଜେ କରିବାକୁ ଚେଷ୍ଟା କରିଥାନ୍ତି । ଯେତେବେଳେ ତାଙ୍କୁ କୌଣସି ସମସ୍ୟାର ସମାଧାନ ମିଳିନଥାଏ ସେତେବେଳେ ସେ ବ୍ୟସ୍ତ ହୋଇ ପଡନ୍ତି ଏବଂ ଟିକେ ଟିକେ କଥାରେ କାନ୍ଦି ପକାନ୍ତି । ତେବେ ଏହା ସେମାନଙ୍କ ମନବଳକୁ ଦୁର୍ବଳ କରିଦେଇଥାଏ ।

ଶୀଘ୍ର ମୃତ୍ୟୁର ବିପଦ: ଅନେକ ରିସର୍ଚ୍ଚରୁ ଏହା ସାମ୍ନାକୁ ଆସିଛି ଯେ ଦୀର୍ଘଦିନ ଧରି ସିଙ୍ଗଲ ରହିବା ଦ୍ୱାରା ଶ୍ରୀର୍ଘ ମୃତ୍ୟୁ ହେବାର ଭୟ ରହିଥାଏ । ତେବେ ଏହାର କାରଣ ହେଉଛି ବ୍ୟକ୍ତି ଦୀର୍ଘଦିନ ଧରି ସିଙ୍ଗଲ ରହିବା ଦ୍ୱାରା ହାଇଡିପ୍ରେସନ, ଉଚ୍ଚ ରକ୍ତଚାପ ଆଦିର ର ଶିକାର ହୋଇଥାଏ । ଯେଉଁ କାରଣରୁ ସୋମାଙ୍କର ମୃତ୍ୟୁର ଭୟ ରହିଥାଏ ।

Get real time updates directly on you device, subscribe now.