fbpx
BSKY
BJD SHG SKY
BJD YOUTH SKY

ଅଚାନକ ବିଗିଡିଗଲା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାସ୍ଥ୍ୟ, ନ୍ୟାୟ ଯାତ୍ରାରେ ସାମିଲ ହେବା ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ:ଉତ୍ତରପ୍ରଦେଶରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାରେ ସାମିଲ ହେବା ପୂର୍ବରୁ ପ୍ରିୟଙ୍କ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅଚାନକ ବିଗିଡି ଯାଇଛି । ଫଳରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିଜ ଏକ୍ସ ଆକାଉଣ୍ଟରେ ପ୍ରିୟଙ୍କା ଲେଖିଛନ୍ତି ମୁଁ ବଡ ଆଗ୍ରହର ସହ ଭାରତ ଯୋଡ ନ୍ୟାୟ ଯାତ୍ରାରେ ଯୋଗ ଦେବା ପାଇଁ ଚାହିଁ ରହିଥିଲି । କିନ୍ତୁ ଅସୁସ୍ଥତା କାରଣରୁ ମୋତେ ଆଜି ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଛି । ସାମାନ୍ୟ ସୁସ୍ଥ ହୋଇଯିବା ପରେ ମୁଁ ଯାତ୍ରାରେ ଯୋଗ ଦେବି । ସେ ପର୍ଯ୍ୟନ୍ତ ଚନ୍ଦୋଲି-ବନାରସ ପହଞ୍ଚିଥିବା ସମସ୍ତ ଯାତ୍ରୀ ଓ ପୁରା ପରିଶ୍ରମର ସହ ଯାତ୍ରାର ପ୍ରସ୍ତୁତିରେ ଲାଗି ପଡିଥିବା ଉତ୍ତରପ୍ରଦେଶରେ ମୋର ସହଯୋଗୀଙ୍କୁ ଶୁଭକାମନା ଜଣାଉଛି ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ବିହାରରୁ ନୌବତପୁର ରାସ୍ତା ଦେଇ ଶୁକ୍ରବାର ଚନ୍ଦୋଲିରେ ପ୍ରବେଶ କରିବ । ଉତ୍ତରପ୍ରଦେଶରେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାକୁ ଦଳର ରାଷ୍ଟ୍ରୀୟ ମହାସଚିତ ପ୍ରିୟଙ୍କା ଗାନ୍ଧୀ ସ୍ୱାଗତ କରିବାର ଥିଲା । କିନ୍ତୁ ଅଚାନକ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଛି । ରାହୁଲଙ୍କ ନ୍ୟାୟ ଯାତ୍ରା ଉତ୍ତରପ୍ରଦେଶରେ ୮ ଦିନ ପର୍ଯ୍ୟନ୍ତ ରହିବ ବୋଲି ଜଣାଯାଇଛି ।

Get real time updates directly on you device, subscribe now.