fbpx
BSKY SKY
BSKY SKY

ଆପଣ ବି ଚାହୁଁଛନ୍ତି କି ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍? କରିବାକୁ ହେବ ଏହି ୩ଟି କାମ

BSKY

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧରଣଙ୍କୁ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତର ଲାଭ ଦେବା ପାଇଁ ପିଏମ ସୂର୍ଯ୍ୟ ଘର; ମୁକ୍ତ ବିଜୁଳି ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ୭୫ ହଜାର କୋଟି ଟଙ୍କାର ନିବେଶ କରିବେ । ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଜନାର ଲାଭ ନେବା ପାଇଁ ଆପଣଙ୍କୁ ତିନୋଟି ଜରୁରୀ କାମ କରିବାକୁ ପଡିବ । ଏହାପରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ଆପ୍ଲାଏ କରିବାକୁ ପଡିବ । ଆସନ୍ତୁ ଜାଣିବା ଏଥିପାଇଁ ଆପଣଙ୍କୁ କ’ଣ କ’ଣ କରିବାକୁ ପଡିବ ।

ପିଏମ ମୁକ୍ତ ବିଜୁଳି ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ସବସିଡି ମଧ୍ୟ ଦେବେ । ଯାହା ଏହି ଯୋଜନାକୁ ଆହୁରି ଖାସ କରିବ । ଏହି ଯୋଜନା ମାଧ୍ୟମରେ ମିଳିବାକୁ ଥିବା ସବସିଡି ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ପଠାଯିବ । ଏହି ଯୋଜନା ପାଇଁ ଆପ୍ଲାଏ କରିବା ଅତ୍ୟନ୍ତ ସହଜ । କେବଳ ୫ ମିନିଟରେ https://pmsuryaghar.gov.in. ଅଫିସିଆଲ ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ । କିନ୍ତୁ ଏହା ପୂର୍ବରୁ ଆପଣଙ୍କୁ କିଛି କାମ କରିବାକୁ ପଡିବ ।

-ମୁକ୍ତ ବିଜୁଳି ଯୋଜନା ପାଇଁ ୧୩୦ ସ୍କୋୟାର ଫୁଟ ଏରିଆର ଏକ ଛାତ ଥିବା ଆବଶ୍ୟକ । ଫ୍ଲାଟ କିମ୍ବା ଭଡ଼ା ଘରେ ରହୁଥିଲେ ଏହି ସୁବିଧା ମିଳିବ ନାହିଁ ।
-ଛାତ ଉପରେ ସୋଲାର ପ୍ୟାନେଲ ପାଇଁ ପ୍ରଥମେ ୪୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହାପରେ ଏଥିରେ ୧୮ ହଜାରର ସବସିଡି ସରକାର ଦେବେ ।
-ଏହି ଯୋଜନାରେ ଆପ୍ଲାଏ କରିବା ସମୟରେ ଆପଣଙ୍କୁ ବିଦ୍ୟୁତ ବ୍ୟବହାର ଏବଂ ଅନ୍ୟ ଜିନିଷର ସୂଚନା ଦେବାକୁ ପଡିବ ।

ଅଫିସିଆଲ ୱେବସାଇଟ ମୁତାବକ, ଛାତ ଉପରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତିଦିନ ୪.୩୨ କେଡବ୍ଲୁଏଚ ବିଦ୍ୟୁତ୍ ଉତ୍ପନ୍ନ ହେବ । ଯାହା ବାର୍ଷିକ ୧୫୭୬ କେଡବ୍ଲୁଏଚ ହେବ । ଏଥିରେ କଷ୍ଟମରଙ୍କୁ ଦୈନିକ ୧୨.୯୬ ଟଙ୍କା ସଞ୍ଚୟ ହେବ । ସେହିଭଳି ଏକ ବର୍ଷରେ ୪୭୩୦ ଟଙ୍କାର ସେଭିଙ୍ଗ ହେବ । ଯଦି ଆପଣ ୭୦୦ ସ୍କୋୟାର ଫୁଟରେ ସୋଲାର ଲଗାଉଛନ୍ତି ତେବେ ୩ କିଲୋଓ୍ବାଟର ପ୍ୟାନେଲ ପାଇଁ ଆପଣଙ୍କୁ ଇନଭେଷ୍ଟମେଣ୍ଟ ୮୦,୦୦୦ ଟଙ୍କା ହେବ ଏବଂ ଏଥିରେ ଆପଣଙ୍କୁ ମିଳୁଥିବା ସବସିଡି ୩୬,୦୦୦ ଟଙ୍କା ହେବ ।

Get real time updates directly on you device, subscribe now.