fbpx

ଜରିମାନା ଦେବ Team India: ଆଶ୍ୱୀନଙ୍କ ଭୁଲ ପାଇଁ ଭାରତୀୟ ଦଳକୁ Punishment

ନୂଆଦିଲ୍ଲୀ: ତୃତୀୟ ଟେଷ୍ଟରେ ଭାରତୀୟ ଦଳକୁ ବଡ଼ ସମସ୍ୟାରେ ପକାଇ ଦେଇଛନ୍ତି ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱୀନ । ଏବେ ତାଙ୍କ ସହ ସମ୍ପୂର୍ଣ୍ଣ ଟିମ ଉପରେ ପଡ଼ିଛି ଏହାର ପ୍ରଭାବ । ରାଜକୋଟ ଟେଷ୍ଟରେ ଅଶ୍ୱୀନଙ୍କର ଗୋଟିଏ ଭୁଲ ଏବେ ଦଳର ସମସ୍ତ ଖେଳାଳିଙ୍କୁ ଜରିମାନା ଦେବାକୁ ବାଧ୍ୟ କରିଛି । ଏହି ମ୍ୟାଚରେ ଅମ୍ପାୟାରଙ୍କ ସହ ବିବାଦ କରି ଭାରତୀୟ ଦଳକୁ ଦୋଛକିରେ ପକାଇ ଦେଇଛନ୍ତି ଭେଟେରାନ୍ ସ୍ପିନର ଅଶ୍ୱୀନ । ବ୍ୟାଟିଂ ସମୟରେ ସେ ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ, ଯାହାର ଦଣ୍ଡ ଏବେ ଦଳର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ମିଳିଛି ।

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ଦମଦାର ବ୍ୟାଟିଂ କରି ୪୪୫ ରନ୍ କରିଛି । କିନ୍ତୁ ଦଳର ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱୀନ ଦଳକୁ ସମସ୍ୟାରେ ପକାଇ ଦେଇଛନ୍ତି । ଯାହାଫଳରେ ଭାରତୀୟ ଦଳକୁ ପେନାଲ୍ଟିର ଶିକାର ହେବାକୁ ପଡ଼ିଛି । ମ୍ୟାଚର ଦ୍ୱିତୀୟ ଦିନରେ ୧୦୨ତମ ଓଭର ନେଇ ଆସିଥିଲେ ଇଂଲଣ୍ଡ ବୋଲର ରେହାନ୍ ଅହମଦ । ଓଭରର ତୃତୀୟ ବଲକୁ କେଳି ଅଶ୍ୱୀନ ରନ୍ ନେବାକୁ ଚେଷ୍ଟା କରିଥିଲେ । ତେବେ ଏହି ସମୟରେ ଅମ୍ପାୟାର ଜୋଏଲ ୱିଲସନ ଅଶ୍ୱୀନଙ୍କୁ ଇସାରା ଦେବା ସହ ଚେତାବନୀ ଦେଇଛନ୍ତି । ଏହି ରନ୍ ନେବା ପାଇଁ ଅଶ୍ୱୀନ ଚେଷ୍ଟା କରୁଥିବା ବେଳେ ୱିକେଟ କିପର ଧ୍ରୁବ ଜୁରେଲ ଅଶ୍ୱୀନଙ୍କୁ ଫେରାଇ ଦେଇଥିଲେ । ତେବେ କ୍ରିଜ ମଝିରେ ରନ୍ ନେବାକୁ ଚେଷ୍ୟା କରୁଥିବା ନେଇ ଅଶ୍ୱୀନଙ୍କୁ ଚେତାବନୀ ଦେଇଥିଲେ ଅମ୍ପାୟାର ।

କ୍ରିକେଟରେ ୪୧.୧୪.୧ ନିୟମ ଅନୁସାରେ ‘ପିଚ୍ ରେ ଜାଣି ଜାଣି ଦୌଡ଼ିବା କିମ୍ବା କ୍ଷତି ପହଞ୍ଚାଇବା ଅନୁଚିତ୍ । ଯଦି ଜଣେ ବ୍ୟାଟର ବଲକୁ ଖେଳିବା ସମୟରେ ସୁରକ୍ଷିତ କ୍ଷେତ୍ରକୁ ଚାଲି ଆସନ୍ତି, ତେବେ ତାଙ୍କୁ ତୁରନ୍ତ ସେଠାରୁ ହଟିବାକୁ ପଡ଼ିବ । ନିୟମ ଅନୁସାରେ, ଗୋଟିଏ ଇନିଂସରେ କୌଣସି ଟିମକୁ ଏହି ମାମଲାରେ ପ୍ରଥମ ଏବଂ ଶେଷ ଚେତାବନୀ ଦିଆ ଯାଇଥାଏ । ଯଦି ଏହି ଇନିଂସରେ ଦଳର କୌଣସି ଖେଳାଳି ଏହି ଘଟଣାକୁ ପୁଣିଥରେ କରିଥାନ୍ତି, ତେବେ ସମଗ୍ର ଦଳ ଉପରେ ୫ ରନର ପେନାଲ୍ଟି ଲାଗୁ ହୋଇଥାଏ । ଭାରତର ଏହି ଇନିଂସରେ ରବିନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଏହାପୂର୍ବରୁ ଚେତାବନୀ ଦିଆ ଯାଇଥିଲା । ଏହି ଘଟଣା ପୁଣିଥରେ ଅଶ୍ୱୀନଙ୍କ ଦ୍ୱାରା ହେବାରୁ ଅମ୍ପାୟାର ସମଗ୍ର ଦଳ ଉପରେ ପେନାଲ୍ଟି ଆଦାୟ କରିଛନ୍ତି ।

Get real time updates directly on you device, subscribe now.