fbpx

ଅର୍ଥମନ୍ତ୍ରୀ ଭାବରେ ବଜେଟ୍ ଉପସ୍ଥାପନ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

ବେଙ୍ଗାଲୁର: ଶୁକ୍ରବାର ଅର୍ଥମନ୍ତ୍ରୀ ଭାବରେ ବଜେଟ୍ ଉପସ୍ଥାପନ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। କର୍ଣ୍ଣାଟକ ବିଧାନସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ତାଙ୍କ ସରକାର ସମ୍ବିଧାନରେ ଥିବା ନ୍ୟାୟ, ସମାନତା ଏବଂ ଭାଇଚାରାର ନୀତି ଉପରେ ଆଧାରିତ ବିକାଶର ଏକ ନୂତନ ମାନଦଣ୍ଡ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛନ୍ତି, ଯାହାକୁ ‘ବିକାଶର କର୍ଣ୍ଣାଟକ ମଡେଲ୍’ କୁହାଯାଏ। ଆସନ୍ତୁ ନଜର ପକାଇବା କର୍ଣ୍ଣାଟକର ଚଳିତ ବଜେଟ୍ ଉପରେ।

କୃଷି:  ବିଭିନ୍ନ କୃଷକ ହିତକାରୀ ଯୋଜନାକୁ ସୁଦୃଢ଼ କରି ଉଦ୍ୟାନ କୃଷି ଓ ପଶୁପାଳନ ସମନ୍ୱିତ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସିଦ୍ଧରମୈୟା ‘କର୍ଣ୍ଣାଟକ ରାଇତା ସମୃଦ୍ଧି ଯୋଜନା’ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ସି ଆମ୍ବୁଲାନ୍ସ କିଣିବା ପାଇଁ ୭ କୋଟି ଟଙ୍କା ।  ରାଜ୍ୟର ୩୬ ଲକ୍ଷରୁ ଅଧିକ ଚାଷୀଙ୍କୁ ରେକର୍ଡ ୨୭ ହଜାର କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା:  ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ୨୦ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଦ୍ୱିଭାଷୀ ମାଧ୍ୟମ ବିଦ୍ୟାଳୟରେ ପରିଣତ କରାଯିବ। ସରକାରୀ ପିୟୁ କଲେଜର ୨୦ ହଜାର ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ନିଟ୍/ ଜେଇଇ/ ସିଇଟି କୋଚିଂ ଦିଆଯିବ।

ଉଚ୍ଚଶିକ୍ଷା ବିଭାଗ: ଆଇଆଇଟି ପରି ବିଶ୍ୱବିଦ୍ୟାଳୟ ବିଶ୍ୱେଶ୍ୱରୟ କଲେଜ ଅଫ୍ ଇଞ୍ଜିନିୟରିଂର ବିକାଶ ପାଇଁ ୧୦୦ କୋଟି ଟଙ୍କା। ୩୦ଟି ମହିଳା ମହାବିଦ୍ୟାଳୟ ଓ ସରକାରୀ ମହିଳା ପଲିଟେକ୍ନିକ୍ ର ଉନ୍ନତିକରଣ ପାଇଁ ୩୦ କୋଟି ଟଙ୍କା।

ସ୍ୱାସ୍ଥ୍ୟ: ୭ଟି ଜିଲ୍ଲାରେ କ୍ରିଟିକାଲ କେୟାର ବ୍ଲକ କୋଠା ନିର୍ମାଣ ପାଇଁ ୧୮୭ କୋଟି ଟଙ୍କା। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଉତ୍ତର କର୍ଣ୍ଣାଟକରେ ୫୦ଟି ନୂତନ ରକ୍ତ ଭଣ୍ଡାର ୟୁନିଟ୍ ସ୍ଥାପନ କରାଯିବ।

ଡାକ୍ତରୀ ଶିକ୍ଷା: ବେଙ୍ଗାଲୁରୁସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ନେଫ୍ରୋ-ୟୁରୋଲୋଜିରେ ରୋବୋଟିକ୍ ସର୍ଜରୀ ସୁବିଧା ପାଇଁ ୨୦ କୋଟି ଟଙ୍କା।  ଏକକ ଉତ୍ସରୁ ଚିକିତ୍ସା ବିବରଣୀ ଉପଲବ୍ଧ କରାଇବା ପାଇଁ ଡିଜିଟାଲ ହେଲ୍ଥ ସୋସାଇଟି ଅଧୀନରେ ସ୍ୱାସ୍ଥ୍ୟ ଭଣ୍ଡାର ସୃଷ୍ଟି କରାଯିବ ।
ମହିଳା ଓ ଶିଶୁ ବିକାଶ: ଗୃହଲକ୍ଷ୍ମୀ ଗୁରନ୍ତୀ ଯୋଜନା ପାଇଁ ୨୮,୬୦୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।  ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜରଙ୍କୁ ୭୫,୯୩୮ ସ୍ମାର୍ଟଫୋନ୍ ଯୋଗାଇବା ପାଇଁ ୯୦ କୋଟି ଟଙ୍କା ଖର୍ଚ୍ଚ ହେବ।  ୧୦୦୦ ଅଙ୍ଗନବାଡି ନିର୍ମାଣ ପାଇଁ ୨୦୦ କୋଟି ଟଙ୍କା । ମୈତ୍ରୀ ଯୋଜନାରେ ଭାଷାଭିତ୍ତିକ ସଂଖ୍ୟାଲଘୁମାନଙ୍କୁ ପେନସନ ୮୦୦ ଟଙ୍କାରୁ ୧୨୦୦ ଟଙ୍କାକୁ ବୃଦ୍ଧି।

ବାସଗୃହ: ଚଳିତ ବର୍ଷ ୩ ଲକ୍ଷ ଘର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି।

ଖାଦ୍ୟ ଯୋଗାଣ: ୨୦୨୪ ଜାନୁଆରୀ ସୁଦ୍ଧା ଅନ୍ନଭାଗ୍ୟ ଅଧୀନରେ ୪.୦୨ କୋଟି ହିତାଧିକାରୀଙ୍କୁ ୪,୫୯୫ ଟଙ୍କା ହସ୍ତାନ୍ତର କରାଯାଇଛି। ୨. ୮୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କୁ ଘରେ ଘରେ ଖାଦ୍ୟଶସ୍ୟ ପହଞ୍ଚାଇବା ପାଇଁ ଅନ୍ନ-ସୁବିଧା କାର୍ଯ୍ୟକ୍ରମ ଆରମ୍ଭ କରାଯିବ।

 

Get real time updates directly on you device, subscribe now.