fbpx
BSKY
BJD SHG SKY
BJD MC SKY

CM ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ଘୋଷଣା, କହିଲେ “ଆଜି ବିଧାନସଭାରେ ମୁଁ ବିଶ୍ୱାସର ମତ ରଖିବି’

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆଜି ବିଧାନସଭାରେ ବିଶ୍ୱାସ ମତ ରଖିବି । ଏହାର ଘୋଷଣା ସେ ନିଜେ ସୋସିଆଲ ମିଡିଆରେ କରିଛନ୍ତି । ଗତ କିଛି ଦିନ ତଳେ ଆମ ଆଦମୀ ପାର୍ଟୀ ଅଭିଯୋଗ ଲଗାଇଥିଲେ ଯେ, ଦଳର ବିଧାୟକଙ୍କୁ ଭାଙ୍ଗିବା ପାଇଁ ପ୍ରୟାସ କରାଯାଉଛି । ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଦିଲ୍ଲୀ ବିଧାନସଭାର ବଜେଟ୍ ଅଧିବେଶନ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସୋସିଆଲ ମିଡିଆର ଏକ୍ସରେ ଲେଖିଛନ୍ତି ଯେ, ବିଧାନସଭାରେ ଆଜି ମୁଁ ବିଶ୍ୱାସର ମତ ରଖିବି । ଏହାରି ମଧ୍ୟରେ ଉପରାଜ୍ୟପାଳଙ୍କ ଅଭିଭାଷଣରେ ବାଧା ସୃଷ୍ଟି କରିବାକୁ ନେଇ ବିଜେପିର ସାତଜଣ ବିଧାୟକଙ୍କୁ ଶୁକ୍ରବାର ଦିନ ଦିଲ୍ଲୀ ବିଧାନସଭାର ବଜେଟ ଅଧିବେଶନର ଶେଷ ଅବଧି ପାଇଁ ନିଲମ୍ବନ କରାଯାଇଛି ।

ଭାରତୀୟ ଜନତା ପାର୍ଟୀର ବିଧାୟକମାନେ ଗୁରୁବାର ଦିନ ଉପରାଜ୍ୟପାଳ ବିକେ ସକ୍ସେନାଙ୍କ ଅଭିଭାଷଣ ସମୟରେ ବହୁ ବାର ବ୍ୟବଧାନ ରଖିଥିଲେ । କାରଣ ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ଟାର୍ଗେଟ କରିବାକୁ ଚାହୁଁଥିଲେ ।

Get real time updates directly on you device, subscribe now.