ମୃତ୍ୟୁ ପୂର୍ବରୁ ଏମିତି ସଂପତ୍ତିକୁ ଭାଗ କରିଥିଲେ ରତନ ଟାଟା, କୁକୁର ‘ଟିଟୋ’ଠାରୁ ଷ୍ଟାଫ ପର୍ଯ୍ୟନ୍ତ ସମସ୍ତେ ମାଲାମାଲ

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ରତନ ଟାଟା ଅକ୍ଟୋବର ୯ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏହା ପୂର୍ବରୁ ସେ ତାଙ୍କ ପ୍ରିୟ ଜର୍ମାନ ସିଫର୍ଡ, ‘ଟିଟୋ’ର ଆଜୀବନ ଦେଖାଶୁଣା ପାଇଁ ସମସ୍ତ ପ୍ରସ୍ତୁତି କରିଥିବା ଏକ ରିପୋର୍ଟରୁ ପ୍ରକାଶ । ପାଶ୍ଚାତ୍ୟ ଦେଶମାନଙ୍କରେ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ଏଭଳି ବ୍ୟବସ୍ଥା ରହିଥିବା ବେଳେ ଭାରତରେ ଏହା ବିରଳ ଅଟେ ।

କହିରଖୁଛୁ ରତନ ଟାଟା ୬ ବର୍ଷ ପୂର୍ବରୁ ‘ଟିଟୋ’ କୁ ପୋଷା କରିଥିଲେ । ଏହା ପୂର୍ବରୁ ତାଙ୍କର ଏକ ପୋଷା କୁକୁରର ଦେହାନ୍ତ ହୋଇଥିଲା । ଏହାର ନାଁ ମଧ୍ୟ ‘ଟିଟୋ’ ଥିଲା । ବର୍ତ୍ତମାନ ଜର୍ମାନ ଶେଫାର୍ଡ଼ ‘ଟିଟୋ’ର ଦେଖାଶୁଣା ରତନଙ୍କ ପୁରୁଣା ରୋଷେଇୟା Ratan Shaw  କରିବେ । ଏହା ବ୍ୟତୀତ ଟାଟାଙ୍କ ସହାୟକ(butler) Subbiah (ଯିଏକି ୩ ଦଶନ୍ଧି ଧରି ତାଙ୍କର ସେବା କରିଥିଲା)ଙ୍କ ପାଇଁ ମଧ୍ୟ କିଛି ସୁବିଧା କରି ଯାଇଛନ୍ତି । ଅନେକ ସମୟରେ ଟାଟା ଅନ୍ତର୍ଜାତୀୟ ଟୁର୍ ସମୟରେ ତାଙ୍କ ପାଇଁ ଡିଜାଇନର ପୋଷାକ ମଧ୍ୟ କିଣୁଥିଲେ । କହିରଖୁଛୁ ରତନ ଟାଟା ମୋଟ୍ ୧୦ ହଜାର କୋଟିର ମାଲିକ । ସେ ତାଙ୍କର ସ୍ଥାବର ସମ୍ପତ୍ତି ଭାଇ ଜିମି ଟାଟା, ଭଉଣୀ ଶିରୀନ୍ ଏବଂ ଡିଏନା ଜେଜେଭୋୟ(Deanna Jejeeebhoy), ଘରୋଇ ସହାୟକ ଏବଂ ତାଙ୍କ ନିକଟତର ଥିବା ଅନ୍ୟାନ୍ୟ ବ୍ୟକ୍ତିଙ୍କ ନାଁରେ କରିଯାଇଛନ୍ତି । ରତନଙ୍କ ସ୍ଥାବର ସମ୍ପତ୍ତି ମଧ୍ୟରେ ଗ୍ରୁପ୍ କମ୍ପାନୀଗୁଡ଼ିକରେ ଟାଟା ଶେୟାରର legacy ପ୍ଲାନ୍ ମଧ୍ୟ ଅନ୍ତର୍ଭୁକ୍ତ ଯାହା ରତନ ଟାଟା ଏନଡାଓମେଣ୍ଟ ଫାଉନଡେସନ, ଏକ ଚାରିଟେବଲ ଟ୍ରଷ୍ଟ,କୁ ହସ୍ତାନ୍ତର ହେବ । ବର୍ତ୍ତମାନ ଟାଟା ସନ୍ସର ଚେୟାରମ୍ୟାନ୍ ଏନ୍ ଚନ୍ଦ୍ରଶେଖରନ ରତନ ଟାଟା ଏନଡାଓମେଣ୍ଟ ଫାଉନଡେସନକୁ ଲିଡ୍ କରିପାରନ୍ତି । ଟାଟା ସନ୍ସ ବ୍ୟତୀତ ଟାଟା ମୋଟର୍ସ(୨୦୨୨ରେ ପ୍ରତିଷ୍ଠିତ), ଟାଟା ଡିଜିଟାଲ, RNT ଆସୋସିଏଟ୍ ଏବଂ RNT ଆଡଭାଇଜରଙ୍କ ମାଧ୍ୟମରେ ଷ୍ଟାର୍ଟ ଅପ୍ ଇନଭେଷ୍ଟମେଣ୍ଟ ବିକ୍ରୟ ହେବ ଏବଂ ପ୍ରାପ୍ତ ରାଶି ଟାଟା ଏନଡାଓମେଣ୍ଟ ଫାଉନଡେସନକୁ ଦିଆଯିବ ।

ଅପରପକ୍ଷରେ ରତନ ଟାଟାଙ୍କ ସହାୟକ ଶାନ୍ତନୁ ନାଇଡୁଙ୍କ ବିଦେଶରେ ପାଠପଢ଼ା ପାଇଁ ସମସ୍ତ ସୁବିଧା କରିଛନ୍ତି । କୋଲାବାରେ ଥିବା Halekai house , ଯେଉଁଠି ଟାଟା ରହୁଥିଲେ, ବର୍ତ୍ତମାନ ଇୱାର୍ଟ ଇନଭେଷ୍ଟମେଣ୍ଟ ପାଖରେ ଏହାର ମାଲିକାନା ରହିଛି୍ । ଅଲିବାଗରେ ଟାଟା Halekai ରେସିଡେନ୍ସ ଏବଂ ଏକ ବଙ୍ଗଳା ରହିଛି ଯାହାର ଭବିଷ୍ୟତ ବିଷୟରେ କିଛି ସ୍ପଷ୍ଟ ଜଣାନାହିଁ । ଏହା ବ୍ୟତୀତ ଟାଟାଙ୍କ ପାଖରେ ପ୍ରାୟ ୨୦ରୁ ୩୦ ବିଳାସପୂର୍ଣ୍ଣ କାର, ତାଜ୍ ୱେଲିଙ୍ଗଟନ୍ ମିଉସ୍ ଆପାର୍ଟମେଣ୍ଟ ରହିଛି । ଏହା ଟାଟା ଗ୍ରୁପ୍ ଦ୍ୱାରା ପୁନେରେ ଥିବା ସଂଗ୍ରହାଳୟ ପାଇଁ ଅର୍ଜନ କରାଯାଇପାରେ କିମ୍ବା ନିଲାମ ହୋଇପାରେ । ରତନ ଟାଟାଙ୍କୁ ମିଳିଥିବା ଅନେକ ଆୱାର୍ଡ଼ ଟାଟା ସେଣ୍ଟ୍ରାଲ ଆରକାଇଭରେ ତାଙ୍କ legacyକୁ ସଂରକ୍ଷଣ କରିବା ପାଇଁ ଦାନ କରାଯିବ । ୧୦୦ ବିଲିୟନ୍ ଡଲାରୁ ଅଧିକା ସମ୍ପତ୍ତିର ଟାଟା ଗ୍ରୁପକୁ ଲିଡ୍ କରୁଥିବା ସତ୍ତେ୍ୱ ରତନଙ୍କ ସୀମିତ ବ୍ୟକ୍ତିଗତ ଅଂଶଧନ ହେତୁ ଧନୀ ତାଲିକାରେ ସେ ସ୍ଥାନ ପାଇନଥିଲେ ।