fbpx
BJD SKY
BJD SKY

(Video) ଶିବରାତ୍ରୀ ପୂର୍ବରୁ ନୂଆ ରୂପରେ ଭକ୍ତଙ୍କୁ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି; ଦେଖିଲେ ଆଖି ଝଲସି ଉଠୁଛି

BJD

ଭଦ୍ରକ: ଓଡ଼ିଶା ପ୍ରସିଦ୍ଧ ଶୈବପୀଠମାନଙ୍କ ମଧ୍ୟରୁ ଅନ୍ୟତମ ଭଦ୍ରକ ଜିଲ୍ଲା ବାବା ଆଖଣ୍ଡଳମଣିଙ୍କ ପୀଠ । ବାବା ଆଖଣ୍ଡଳମଣିଙ୍କ ଶ୍ରୀବିଗ୍ରହକୁ ରୂପାରେ ଛାଉଣି କରାଯାଇଛି । ଭଦ୍ରକ ଗୁଜରାତି ମହାସଂଘ ପକ୍ଷରୁ ୧.୨୬ କ୍ୱିଣ୍ଟାଲ ରୂପା ଅଳଙ୍କାର ଦାନ କରାଯାଇଛି । ଶିବରାତ୍ରୀ ପୂର୍ବରୁ ବଦଳିଯାଇଛି ବାବା ଆଖଣ୍ଡଳମଣିଙ୍କ ରୂପ । ରୂପାରେ ଛାଉଣି ହୋଇଛନ୍ତି ବାବା ଆଖଣ୍ଡଳମଣିଙ୍କ ଶ୍ରୀବିଗ୍ରହ । ଆଖି ଝଲସି ଉଠୁଛି ଦେଖିଲେ ବାବାଙ୍କର ସେ ଦିବ୍ୟରୂପ । ଦିନକ ପରେ ଶିବରାତ୍ରୀ , ଭକ୍ତ ଆଉ ଭଗବାନଙ୍କର ସେ ମିଳନକୁ ଅପେକ୍ଷା କରି ରହିଛିନ୍ତି ଲକ୍ଷ ଲକ୍ଷ ଶିବ ଭକ୍ତ । ସେଥିପାଇଁ ଚଳଚଂଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ । ନୂଆ ବୋହୂଟେ ପରି ସଜେଇ ହେଉଛି । କାହିଁକି ନା ଦିନକ ପରେ ମହା ଶିବରାତ୍ରୀ ।

ସେଥିପାଇଁ ବାବା ଆଖଣ୍ଡଳମଣିଙ୍କ ପୀଠ ମଧ୍ୟ ବେଶ ଚଳଚଞ୍ଚଳ । ଶିବରାତ୍ରୀ ପୂର୍ବରୁ ଆଖଣ୍ଡଳମଣିଙ୍କ ରୂପ ବଦଳି ଯାଇଛି , ପୁରା ୧.୨୬ କ୍ୱିଣ୍ଟାଲ ରୂପାରେ ଛାଉଣି ହୋଇଛନ୍ତି ବାବା ଆଖଣ୍ଡଳମଣି । ଯାହାକୁ ,ଦେଖିବା ପରେ ଭ୍‌କତ ଭାବବିହ୍ୱଳ ହୋଇ ପଡିଛନ୍ତି । ଭକ୍ତଙ୍କ ଦୀର୍ଘ ଦିନର ଅପେକ୍ଷା ଶେଷ ହୋଇଛି ।  ଦୀର୍ଘ ୫ ମାସ ଧରି କଲକାତାରେ ଏକ ରୁପା କାରିଗରଙ୍କ ପକ୍ଷରୁ ନିର୍ମାଣ କରାଯିବା ପରେ ଆଜି ପୀଠରେ ପହଞ୍ଚିଥିଲା । ଆସନ୍ତା ଶୁକ୍ରବାର ଜାଗର ଯାତ୍ରା ଥିବାରୁ ମୁକ୍ତି ମଣ୍ଡପରେ ବ୍ରାହ୍ମଣଙ୍କ ପକ୍ଷରୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ମନ୍ଦିର ଗମ୍ଭୀରା ଗୃହରେ ସେବାୟତଙ୍କ ପକ୍ଷରୁ ମଣିବାବାଙ୍କ ପାଖରେ ଲାଗି କରାଯାଇଥିଲା ।

Get real time updates directly on you device, subscribe now.