fbpx

ଏପ୍ରିଲ୍ ଆରମ୍ଭ ପୂର୍ବରୁ ଏହି ରାଶିର ଭଲ ଦିନ ଆରମ୍ଭ , ଭାଗ୍ୟ ହେବ ଉଜ୍ଜ୍ୱଳ, ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ ଏହି ତାଲିକାରେ….

ନୂଆଦିଲ୍ଲୀ : ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ରାଶି ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଆସନ୍ତାକାଲି ବୁଧ ମେଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରରେ ବୁଧର ପ୍ରବେଶରେ ଜଣେ ବ୍ୟକ୍ତି କେବଳ ଲାଭ ପାଇଥାଏ । କୁମ୍ଭରେ ବୁଧର ପ୍ରବେଶ ହେତୁ କିଛି ଲୋକଙ୍କ ଭାଗ୍ୟ ଉଜ୍ୱଳ ହେବ । ଆସନ୍ତୁ ଜାଣିବା କେଉଁ ରାଶିଗୁଡିକ ବୁଧ ପ୍ରବେଶ ଦ୍ୱାରା ଉପକୃତ ହେବେ-

ମେଷ– ପ୍ରତିଯୋଗିତାମୂଳକ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ଆପଣ ସକରାତ୍ମକ ଫଳାଫଳ ପାଇବେ । ଯାନବାହାନର ଆନନ୍ଦ ବୃଦ୍ଧି ହେବ । ବୈବାହିକ ସୁଖ ବୃଦ୍ଧି ପାଇବ ।

ମିଥୁନ – ସମ୍ପତ୍ତିରୁ ଆୟ ବୃଦ୍ଧି ହେବ । ମା’ଙ୍କଠାରୁ ଧନ ପ୍ରାପ୍ତିର ସୌଭଗ୍ୟେ ରହିଛି । କଳା ଏବଂ ସଙ୍ଗୀତ ପ୍ରତି ରୁଚୁ ବୃଦ୍ଧି ପାଇବ । ଚାକିରିରେ କର୍ମକ୍ଷେତ୍ରରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ସ୍ଥାନାନ୍ତର ମଧ୍ୟ ହୋଇପାରେ । ଆୟ ବୃଦ୍ଧି ହେବ । ପାରିବାରିକ ଜୀବନ ସୁଖମୟ ହେବ । ଆପଣ ପିଲାମାନଙ୍କଠାରୁ ଭଲ ଖବର ପାଇପାରିବେ । ଚାକିରିରେ ପ୍ରଗତିର ସମ୍ଭାବନା ଅଛି । ଅଧିକାରୀଙ୍କ ସହଯୋଗ ପାଇବେ । ଯାନବାହନ ବୃଦ୍ଧିର ସମ୍ଭାବାନା ।

କର୍କଟ – ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ । ପରିବାରରେ ଧାର୍ମିକ କାର‌୍ୟ୍ୟ ହେବ । ସନ୍ତାନ ସୁଖରେ ବୃଦ୍ଧି ଘଟିବ । ଉଚ୍ଚଶିକ୍ଷା ଏବଂ ଅନୁସନ୍ଧାନ ଇତ୍ୟାଦି ପାଇଁ ବିଦେଶ ଯିବାର ସମ୍ଭାବନା ଅଛି । ଚାକିରି କ୍ଷେତ୍ରରେ ପରିବର୍ତ୍ତନ ସୁଯୋଗ ରହିଛି । ସ୍ଥାନାନ୍ତର ମଧ୍ୟ ସମ୍ଭବ । ମନରେ ଶାନ୍ତି ଏବଂ ସୁଖର ଭାବନା ରହିବ । ସବୁଠୁ ଗୁରୁିତ୍ୱପୂର୍ଣ୍ଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ । ମା ଏବଂ ପରିବାରର ଯେକୌଣସି ବୃଦ୍ଧ ମହିଳାଙ୍କଠାରୁ ଟଙ୍କା ପାଇବାର ସମ୍ଭାବନା ଅଛି । ଚାକିରିରେ ତୁମେ ଅଧିକାରୀଙ୍କ ସହଯୋଗ ପାଇବ, କିନ୍ତୁ ସ୍ଥାନ ପରିବର୍ତ୍ତନ ହେବାର ମଧ୍ୟ ସମ୍ଭାବନା ଅଛି ।

ସିଂହ– ସୁଖ ବୃଦ୍ଧି ହେବ । ପିତାମାତାଙ୍କ ସମର୍ଥନ ପାଇବେ । ପୋଷାକ ଇତ୍ୟାଦିର ରୁଚି ବୃଦ୍ଧି ପାଇବ । ପାଠ ପଢିବା ବା ପଢାଇବା ପ୍ରତି ଆଗ୍ରହୀ ହେବେ । ଶିକ୍ଷାଗତ କାର‌୍ୟ୍ୟଗୁଡ଼ିକ ସୁଖଦ ଫଳାଫଳ ପାଇବ । ସନ୍ତାନ ସୁଖରେ ବୃଦ୍ଧି ଘଟିବ । ଗୃହ ସୁଖ ମିଳିବ । ଚାକିରିରେ ପ୍ରଗତିର ସମ୍ଭାବନା ସୃଷ୍ଟି ହେଉଛି । ଘରେ ଧାର୍ମିକ କାର‌୍ୟ୍ୟ କରାଯାଇପାରିବ । ଧାର୍ମିକ ଯାତ୍ରାକୁ ଯିବାର ସମ୍ଭାବନା ମଧ୍ୟ ରହିଛି।

ତୁଳା – ମନରେ ଶାନ୍ତି ଏବଂ ସୁଖର ଭାବନା ରହିବ । ଶିକ୍ଷାଗତ କାର‌୍ୟ୍ୟର ସୁଖଦ ଫଳାଫଳ ମିଳିବ । ଅନୁସନ୍ଧାନ ଇତ୍ୟାଦି ପାଇଁ ଆପଣଙ୍କୁ ଅନ୍ୟ କିଛି ସ୍ଥାନକୁ ଯିବାକୁ ପଡିପାରେ । ଚାକିରିରେ ଅଧିକାରୀଙ୍କ ସହଯୋଗ ମିଳିବ । ଅବସ୍ଥାନର ପରିବର୍ତ୍ତନ ହୋଇପାରେ । ପୋଷାକ ଇତ୍ୟାଦିର ରୁଚି ବୃଦ୍ଧି ପାଇବ । ପ୍ରଗତିର ରାସ୍ତା ଖୋଲାଯିବ । ଆୟ ବୃଦ୍ଧି ପାଇବ । ଜମା ହୋଇଥିବା ଧନ ମଧ୍ୟ ବୃଦ୍ଧି ପାଇବେ । ସାଙ୍ଗମାନଙ୍କ ସମର୍ଥନ ପାଇବେ ।

Get real time updates directly on you device, subscribe now.