fbpx
BSKY SKY
BSKY SKY

ଜୁନିୟର କ୍ଲର୍କ, ଲାବ ଆସିଷ୍ଟାଷ୍ଟ, ସୁପରିଟେଣ୍ଡେଣ୍ଟ, ଡ୍ରାଇଭର, ପିଅନ ପଦ ଖାଲି

BSKY

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର । କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିନରେ ଥିବା କ୍ୟାଣ୍ଟନମେଣ୍ଟ ବୋର୍ଡ, ପୁଣେ ତରଫରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଜୁନିୟର କ୍ଲର୍କ, ପିଅନ, ଲ୍ୟାବ ଆସିଷ୍ଟାଣ୍ଟ, ଡ୍ରାଇଭର, ସୁପରିଟେଣ୍ଡେଣ୍ଟ, ହେଲଥ ସୁପରଭାଇଜର, କମ୍ପ୍ୟୁଟର ପ୍ରୋଗ୍ରାମର ଓ ଆସିଷ୍ଟାଣ୍ଟ ମେଡିକାଲ ଅଫିସର ଆଦି ୧୫ ପ୍ରକାର ଚାକିରିରେ ନିଯୁକ୍ତି ଦିଆଯିବ ।

ମାର୍ଚ୍ଚ ମାସ ୪ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ମାସ ୪ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ୭ମ, ଦଶମ, ଯୁକ୍ତଦୁଇ / ଆଇଟିଆଇ, ଡିପ୍ଲୋମା / ଡିଗ୍ରୀ/ ଏମବିବିଏସ (ପ୍ରାସଙ୍ଗିକ ବିଭାଗ) ହୋଇଥିବା ଆବଶ୍ୟକ । ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୧୮ରୁ ୩୦/ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

ଜେନେରାଲ ପ୍ରାର୍ଥୀଙ୍କ ପାଇଁ ୬୦୦ ଟଙ୍କା, ଏସସି / ଏସଟି ପ୍ରାର୍ଥୀଙ୍କ ପାଇଁ ୪୦୦ ଟଙ୍କା ଆବେଦନ ଫିସ୍ ରହିଛି । ପ୍ରାର୍ଥୀମାନେ ଅଫଲାଇନରେ ମଧ୍ୟ ସେମାନଙ୍କର ଆବେଦନ ପତ୍ର ପଠାଇ ପାରିବେ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଶିକ୍ଷାଗତ ଯୋଗ୍ୟତା, ବୟସ ଯୋଗ୍ୟତା, ଦରମା ସମ୍ବନ୍ଧୀୟ ସବିଶେଷ ବିବରଣୀ ପାଇ ପାରିବେ ।

ଅନଲାଇନ୍ ଆବେଦନ ଲିଙ୍କ: https://pcb01.parikshaworld.com/

ନୋଟିଫିକେସନ ଲିଙ୍କ: https://pune.cantt.gov.in/wp-content/uploads/sites/8/2023/03/finalrule.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://pune.cantt.gov.in/

Get real time updates directly on you device, subscribe now.