fbpx

(Video) ପ୍ରଥମ ଟେଷ୍ଟ ପୂର୍ବରୁ ରାହୁଲ ଦ୍ରାବଡଙ୍କ ନୂଆ ଅବତାର: ଦିୱାନା ହୋଇଗଲେ କ୍ରିକେଟ ଫ୍ୟାନ୍ସ

AAKASH

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ସଂଘର୍ଷ କରୁଥିବାର ଦେଖାଯାଇଛି । ମାତ୍ର ୧୩୦ ରନରେ ଭାରତ ୬ ୱିକେଟ ହରାଇଥିବା ବେଳେ ବଡ଼ ସ୍କୋର କରିବା ଆଶା ମୁଳିବାରେ ଲାଗିଛି । ଏହି ମ୍ୟାଚରେ ଭାରତର ଅଧିକାଂଶ ଖେଳାଳି ଆଶାନୁରୂପ ପ୍ରଦର୍ଶନ କରି ଦଳକୁ ନିରାଶ କରିଛନ୍ତି । ତେବେ ଏହି ଦୁଃଖ ଭିତରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି । ଯାହାକୁ ଦେଖି ଦ୍ରାବିଡ ତଥା ଭାରତର କ୍ରିକେଟ ପ୍ରେମୀମାନେ ତାଙ୍କର ଦିୱାନା ହୋଇ ଯାଇଛନ୍ତି ।

ସେଞ୍ଚୁରିୟନରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଛି । ତେବେ ପଡ଼ିଆ ଓଦା ଥିବାରୁ ଏହାକୁ ଶୁଖାଇବା ପାଇଁ ପ୍ରଥମେ ଗ୍ରାଉଣ୍ଡ ଷ୍ଟାଫମାନଙ୍କୁ ହେୟାର ଡ୍ରାୟର ବ୍ୟବହାର କରୁଥିବାର ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ଏକ ନୂଆ ଅବତାରରେ ନଜର ଆସିଥିଲେ ଟିମ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡ । ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଦ୍ରାବିଡଙ୍କ ଏହି ନୂଆ ରୂପ । ଏହି ଭିଡିଓରେ ଦ୍ରାବିଡଙ୍କୁ ବୋଲିଂ କରୁଥିବାର ଦେଖାଯାଇଛି । ଦାବିଡଙ୍କ ଏହି ଅବତାର ଫ୍ୟାନ୍ସମାନଙ୍କୁ ଖୁବ ପସନ୍ଦ ଆସିଛି ଏବଂ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଅନୁସାରେ, ଟସ୍ ଜିତି ପ୍ରଥମେ ବୋଲିଂ ନେଇଛି ଦକ୍ଷିଣ ଆଫ୍ରିକା ଦଳ । ତେବେ ଭାରତର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ବିନା ଆଜି ଦଳ ମଇଦାନକୁ ଓହ୍ଲାଇଥିବା ରୋହିତ ଶର୍ମା ଦଳ ଘୋଷଣା ସମୟରେ କହିଛନ୍ତି । ରୋହିତ କହିଛନ୍ତି ଯେ, ଆଜିର ମ୍ୟାଚରେ ଜାଡେଜା ଉପଲବ୍ଧ ନାହାନ୍ତି, ତେଣୁ ଜାଡେଜାଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ସୁଯୋଗ ମିଳିଛି । ପିଠିରେ ସାମାନ୍ୟ ଯନ୍ତ୍ରଣା ଯୋଗୁଁ ଜାଡେଜାଙ୍କୁ ବିଶ୍ରମ ଦିଆଯାଇଥିବା ଟସ୍ ସମୟରେ କହିଛନ୍ତି ରୋହିତ । ଅଶ୍ୱୀନ ଜଣେ ଭଲ ସ୍ପିନର । ଏହାବ୍ୟତୀତ ଫାଷ୍ଟ ବୋଲର ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ ଏବଂ ଜଶପ୍ରୀତ ବୁମରାହ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ତେବେ ଆଜିର ମ୍ୟାଚରେ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରୁଛନ୍ତି ଷ୍ଟାର ୟଙ୍ଗ ବୋଲର ପ୍ରସିଦ୍ଧ କୃଷ୍ଣା ।

Get real time updates directly on you device, subscribe now.