fbpx
BJD SKY
BJD SKY

ପତ୍ନୀ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାରୁ ମିଳିଲା ୯ ବର୍ଷର ସଶ୍ରମ କାରାଦଣ୍ଡ

BJD

ରାୟପୁର: ପତ୍ନୀଙ୍କ ସହ ଅପ୍ରାକୃତିକ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଛତିଶଗଡ଼ର ଦୁର୍ଗ ଜିଲ୍ଲାର ଫାଷ୍ଟଟ୍ରାକ୍ କୋର୍ଟ ଜଣେ ବ୍ୟକ୍ତିଙ୍କୁ ୯ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ବ୍ୟତୀତ ପତ୍ନୀଙ୍କୁ ଆକ୍ରମଣ କରିଥିବାରୁ ସ୍ୱାମୀଙ୍କୁ ଏକ ହଜାର ଟଙ୍କା ଜରିମାନା ସହ ଆହୁରି ୧ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଦେଶରେ ବୈବାହିକ ଦୁଷ୍କର୍ମ ଓ ଅପ୍ରାକୃତିକ ଯୌନ କ୍ରିୟାକୁ ନେଇ ବିତର୍କ ଚାଲିଥିବା ବେଳେ ଶନିବାର ଏହି ନିଷ୍ପତ୍ତି ନିଆଯାଇଛି।  ସେପଟେ ପୀଡ଼ିତା କହିଛନ୍ତି, ମୋତେ ସବୁ ପ୍ରକାର ନିର୍ଯାତନା ଦିଆଯାଇଛି। ମୋତେ ମାନସିକ, ଶାରୀରିକ, ସାମାଜିକ, ଆର୍ଥିକ ନିର୍ଯାତନା ଦିଆଯାଉଥିଲା।

“ମୁଁ ଆଶା କରୁଛି ଯେ ଅନ୍ୟ ମହିଳାମାନେ ଯେଉଁମାନେ ଲଜ୍ଜାରେ କିମ୍ବା ଭୟରେ ଅପ୍ରାକୃତିକ ଯୌନ ସମ୍ପର୍କ ପ୍ରସଙ୍ଗ ଉଠାଇବେ ନାହିଁ ସେମାନେ ଆଗେଇ ଆସି ନିଜ ପାଇଁ କହିବେ। ଅପ୍ରାକୃତିକ ଯୌନ ସମ୍ପର୍କ କିମ୍ବା ଆକ୍ରମଣ କିମ୍ବା ଯୌତୁକ ନିର୍ଯାତନା ମାମଲା ହେଉ, ଆଇନ ଆପଣଙ୍କୁ ସାହାଯ୍ୟ କରିଥାଏ। “ମୁଁ ମହିଳାମାନଙ୍କୁ କହିବାକୁ ଚାହୁଁଛି ଯେ ଆପଣଙ୍କ ମନ ରେ ଆଘାତ ହେଉ କିମ୍ବା ଶାରୀରିକ, ଆପଣ ସ୍ୱର ଉତ୍ତୋଳନ କରିବା ଉଚିତ୍ । ସମାଜ ଓ ଆଇନ ଏବେ ବେଶ୍ ସଚେତନ ହୋଇଛି। ସେପଟେ ପୀଡ଼ିତାଙ୍କ ବୃଦ୍ଧ ବାପା ବିବିସିକୁ କହିଛନ୍ତି ଯେ, ବର୍ଷ ବର୍ଷ ଧରି ସେ ଏବଂ ତାଙ୍କ ପରିବାର କେତେ ନିର୍ଯାତନାର ସମ୍ମୁଖୀନ ହୋଇଥିଲେ ତାହା କେହି କଳ୍ପନା କରିପାରିବେ ନାହିଁ।”

 

Get real time updates directly on you device, subscribe now.