fbpx

ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପଢିବେ ଗୀତା: ୧ ଲକ୍ଷ ଲୋକଙ୍କ ସହ ହେବେ ସାମିଲ

AAKASH

ନୂଆଦିଲ୍ଲୀ: ଆସନ୍ତା ଦିନରେ କୋଲକାତାରେ ବଡ଼ ଆକାରରେ ଗୀତାପାଠ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧ ଲକ୍ଷ ଲୋକ ଯୋଗ ଦେବେ ବୋଲି ଜାଣିବାକୁ ମିଳିଛି । ୩ଟି ହିନ୍ଦୁ ସଂଗଠନ ମିଶି ଏହି ଗୀତାପାଠ କାର୍ଯ୍ୟକ୍ରମର ଆୟୋଜନ କରିବେ । ତେବେ ଏହି ଗୀତାପାଠ କାର୍ଯ୍ୟକ୍ରମରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ସାମିଲ କରିବାକୁ ନିମନ୍ତ୍ରଣ ଦିଆଯାଇଛି । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଛି । ଏହି କାର୍ଯ୍ୟକ୍ରମକୁ ନେଇ ମଧ୍ୟ ଏବେ ରାଜନୀତି ସରଗରମ ହୋଇଛି ।

ଆସନ୍ତା ୨୪ ତାରିଖରେ କୋଲକାତାରେ ୩ଟି ହିନ୍ଦୁ ସଂଗଠନ (ଭାରତୀୟ ସଂସ୍କୃତ ପରିଷଦ, ସନାତନ ସଂସ୍କୃତ ସଂସଦ ଏବଂ ମୋତିଲାଲ ତିର୍ଥ ସେବା ମିଶନ ଆଶ୍ରମ) ମିଶି ଗୀତାପାଠ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଏହି ମହାନ୍ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିରେ ସମସ୍ତ ସଂଗଠନର ସଦସ୍ୟଙ୍କ ସମେତ ପ୍ରାୟ ୧ ଲକ୍ଷ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ତେଣୁ ୨୦୨୪ ନିର୍ବାଚନ ପୂର୍ବରୁ ମୋଦୀ ଏଠାରେ ପହଞ୍ଚି ପବିତ୍ର ଗ୍ରନ୍ଥ ଶ୍ରୀମଦ୍ଭାଗବତ ଗୀତାର ଶ୍ଳୋକ ପାଠ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଏହି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ନିମନ୍ତ୍ରଣକୁ ସେ ସ୍ୱୀକାର କରିଥିବା କହିଛନ୍ତି ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ।

ସେ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମକୁ ବିଜେପି ଆୟୋଜନ କରୁନାହିଁ । ତେବେ ଆୟୋଜକ ସଂଗଠନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସମସ୍ତ ଦଳର ବିଧାୟକମାନଙ୍କୁ ନିମନ୍ତ୍ରଣ କରିବେ ବୋଲି ପ୍ରକାଶ କରିଛନ୍ତି ସୁକାନ୍ତ । ଏ ସମ୍ପର୍କରେ ବିଜେପି ଉପରେ ତୃଣମୂଳ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ କୁନାଲ ଘୋଷ କହିଛନ୍ତି ଯେ, ଗୀତାପାଠ କରିବା ଲୋକଙ୍କ ପାଇଁ ଭଲ। କିନ୍ତୁ ନିର୍ବାଚନରେ ବିଜେପି ଏଥିରୁ କୌଣସି ଲାଭ ପାଇବ ନାହିଁ। ଏଥି ସହ ସନାତନ ସଂସ୍କୃତ ସାନସାଦ ରାଷ୍ଟ୍ରପତି ପ୍ରଦିପ୍ତାନନ୍ଦ କହିଛନ୍ତି ଯେ, ଡିସେମ୍ବରରେ ଆୟୋଜିତ ହେବାକୁ ଥିବା ଏହି କାର୍ୟ୍ୟକ୍ରମରେ ସମସ୍ତ ଭାରତୀୟ ଆସିପାରିବେ। ରାଜନୀତି କିମ୍ବା ହିନ୍ଦୁତ୍ୱ ସହିତ ଏହାର କୌଣସି ସମ୍ପର୍କ ନାହିଁ ।

Get real time updates directly on you device, subscribe now.