fbpx

୧୦ ଡିଗ୍ରୀ ତଳେ ରାଜ୍ୟର ୮ ସହର

ଭୁବନେଶ୍ୱର, ୩ା୨ (ଓଡିଶା ଭାସ୍କର): କିଛିଦିନର ନିରବତା ପରେ ପୁଣି ଥଣ୍ଡା ଫେରିଛି । ଗତ ତିନିଦିନ ଧରି କ୍ରମାଗତ ଭାବେ ଥଣ୍ଡା ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ ଟି ସ୍ଥାନରେ ପାରଦ ୧୦ଡିଗ୍ରୀ ତଳେ ରହିଥିବା ଜଣାପଡ଼ିଛି । ତେବେ ଜି.ଉଦୟଗିରିର ତାପମାତ୍ରା ସର୍ବନିମ୍ନ ୩.୫ ଡିଗ୍ରୀ ରହିଥିବା ରେକର୍ଡ କରାଯାଇଛି ।

ରାଜ୍ୟର ବିଭିନ୍ନ ସହର ମଧ୍ୟରେ ଫୁଲବାଣୀ ୫, ଦାରିଙ୍ଗବାଡ଼ି ୭, କେନ୍ଦୁଝର ୯, କୋରାପୁଟ ୯, ଝାରସୁଗୁଡ଼ା ୯.୨, ଭବାନିପାଟଣା ୯.୨, ବଲାଙ୍ଗିର ୯.୪, କଟକ ୧୨ ଓ ଭୁବନେଶ୍ୱର ୧୩.୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଶୀତଳ ଲହରୀ ଆଶଙ୍କା ଥିବାରୁ ସତର୍କ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଥିଲା । ନିରାଶ୍ରୟଙ୍କ ପାଇଁ ରାତିରେ ସ୍କୁଲ ଓ କୋଠାଘର ଖୋଲିବାକୁ କୁହାଯାଇଥିଲା । ସମସ୍ତ ଜିଲ୍ଲାପାଳ ଓ କମିଶନରମାନଙ୍କୁ ଏସଆରସିଙ୍କ କାର୍ଯ୍ୟାଳୟ ତରଫରୁ ଚିଠି ଲେଖାଯାଇଥିଲା । ରାତିରେ ବାଇକ ଓ ଖୋଲା କାରରେ ଯାତ୍ରା ନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା ।

Get real time updates directly on you device, subscribe now.