fbpx
BSKY
BJD YOUTH SKY
BJD MS SKY

ଶ୍ରୀଜଗନ୍ନାଥଙ୍କ ବନକଲାଗି: ଅପରାହ୍ଣ ୪ରୁ ରାତ୍ରି ୮ ବନ୍ଦ ରହିବ ଦର୍ଶନ

ପୁରୀ, ୩ା୨ (ଓଡିଶା ଭାସ୍କର): ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରଭୁଙ୍କ ଦର୍ଶନ ଅପରାହ୍ଣ ୪ଟାରୁ ରାତ୍ରି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ୪ ଘଣ୍ଟାରେ ମହାପ୍ରଭୁଙ୍କୁ ଗୁପ୍ତ ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ ପାରମ୍ପରିକ ରଙ୍ଗରେ ଶ୍ରୀଜୀଉମାନଙ୍କ ଶୃଙ୍ଗାର କରାଯିବ ।

ସୂଚନାଯୋଗ୍ୟ ଯେ, ଶ୍ରୀଜୀଉମାନଙ୍କ ମୁଖଶ୍ରୀର ପ୍ରଶାଧନ ବା ବନକଲାଗି ପ୍ରତି ମାସରେ କରାଯାଇଥାଏ । ଦତ୍ତ ମହାପାତ୍ର ଗୋଷ୍ଠୀର ସେବକମାନେ ବନକଲାଗି ରୀତି ସମ୍ପାଦନ କରିଥାନ୍ତି । ଏହି ଅବସରରେ ଦତ୍ତ ମହାପାତ୍ର ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖସିଂହାର କରିଥାନ୍ତି । ଏଥିପାଇଁ ନୀତି ସମାପନ ପାଇ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ବନ୍ଦ ରଖାଯାଇଥାଏ । ଜଗନ୍ନାଥ, ବଳରାମ, ସୁଭଦ୍ରା ତିନି ମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଇଥାଏ ।

Get real time updates directly on you device, subscribe now.