fbpx
BSKY SKY
BSKY SKY

ବଡ଼ ପରଦାରେ ହେବ ଡବଲ୍ ଧମାଲ୍: ‘ପଠାନ’ରେ ଏକାଠି ଆସିବେ ଶାହାରୁଖ-ସଲମାନ

BSKY

ମୁମ୍ବାଇ, ୩ା୨: ସୋସିଆଲ ମିଡ଼ିଆରେ ଆଜି ଏକ ଫଟୋ ଖୁବ ଅଧିକ ଭାଇରାଲ ହେବାରେ ଲାଗିଛି । ଫଟୋଟି ହେଉଛି ବଲିଉଡର ଦୁଇ ଖାନ ଶାହାରୁଖ ଖାନ ଓ ସଲମାନ ଖାନ । ଆଜିକାଲି କିଙ୍ଗଖାନ ଶାହରୁଖ ପଠାନ ଫିଲ୍ମର ସୁଟିଂ ପାଇଁ ଦୁବାଇରେ ବ୍ୟସ୍ତ ରହୁଛନ୍ତି । ଶାହରୁଖଙ୍କ ସହିତ ଦିପିକା ପାଦୁକୋନ ଅଭିନୟ କରୁଥିବା ବେଳେ ଦବଙ୍ଗ ଖାନ ସଲମାନ ଏଥିରେ ଅଭିନୟ କରିବେ ବୋଲି ଏକ ଖୁସି ଖବର ଆସିଛି ।

ଦୁଇ ଖାନ ପଠାନ ଫିଲ୍ମରେ ଏକତ୍ର ଅଭିନୟକୁ ନେଇ ବହୁତ ଖୁସି ଜାହିର କରିଛନ୍ତି । ଫିଲ୍ମରେ ସଲମାନ ଜାସୁସ ଟାଇଗର ଭାବେ ଏକ ବିଶେଷ ଭୂମିକାରେ ନଜର ଆସିବେ । ଫିଲ୍ମ ସୁଟିଂ ସମୟର କିଛି ଫଟୋ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନାଯୋଗ୍ୟ ଯେ, ଶାହାରୁଖଙ୍କ ଅଭିନୀତ ‘ଜିରୋ’ ଫିଲ୍ମରେ ସଲମାନ ଅଭିନୟ କରିଥିଲେ । ସେହିପରି ସଲମାନଙ୍କ ଅଭିନୀତ ‘ଟ୍ୟୁବଲାଇଟ’ରେ ଶାହାରୁଖ ଅଭିନୟ କରିଥିଲେ ।

Get real time updates directly on you device, subscribe now.