fbpx
BSKY SKY
BSKY SKY

ଦିଲ୍ଲୀ ହିଂସା: ସୁପ୍ରିମକୋର୍ଟରେ ଶୁଣାଣି ଆଜି

BSKY

ନୂଆଦିଲ୍ଲୀ, ୩ା୨: ସାଧାରଣତନ୍ତ୍ର ଦିବସ ଜାନୁଆରୀ ୨୬ରେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡର ଶୁଣାଣି ଆଜି ସୁପ୍ରିମକୋର୍ଟ କରିବେ । ଏନେଇ ଆଗତ ହୋଇଥିବା ଜନସ୍ୱାର୍ଥ ମାମଲାର ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ । ପ୍ରଧାନବିଚାରପତି ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିବେ ବୋଲି ଜଣାପଡ଼ିଛି । ଦିଲ୍ଲୀ ହିଂସାର ଏନଆଇଏ ତଦନ୍ତ ହେବା ନେଇ ଆବେଦନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ନୂଆ କୃଷି ଆଇନକୁ ବିରୋଧ କରି କୃଷକ ସଙ୍ଗଠନ ପକ୍ଷରୁ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରାଯାଇଥିଲା । ଏହି ରାଲି ସମୟରେ ଦିଲ୍ଲୀରେ ହିଂସାକାଣ୍ଡ ଘଟିଥିଲା । ଉକ୍ତ ରାଲିରେ ୧୫୫ ଜଣ ପୋଲିସ କର୍ମଚାରୀ ଆହତ ହେବା ସହ ୨ ଜଣ ଗୁରୁତର ହୋଇଥିଲେ । ପୋଲିସ ପକ୍ଷରୁ ଏହି ହିଂସାକାଣ୍ଡ ଘଟଣାରେ ଅନେକ ମାମଲା ରୁଜୁ କରାଯାଇଥିଲା ।

Get real time updates directly on you device, subscribe now.