fbpx
BSKY SKY
BSKY SKY

ଶ୍ମଶାନରେ ପୋତାଯାଇଥିଲା ୧୭ ବର୍ଷୀୟା ଝିଅର ଶବ, ୧୦ ବର୍ଷ ପରେ ହେଲା ଉଦ୍ଧାର

BSKY

ଭୋପାଳ, ୩ା୨: ମଧ୍ୟପ୍ରଦେଶର ସିହୋର ଜିଲ୍ଲାର ଏକ ଶ୍ମଶାନରୁ ଜଣେ ନାବାଳିକାଙ୍କ ଶବ ମିଳିଛି । ତେବେ ୧୦ ବର୍ଷ ପୂର୍ବରୁ ଝିଅଟିର ନିଖୋଜ ଖବର ନେଇ ତାଙ୍କ ପରିବାର ଲୋକେ ଥାନାରେ ମାମଲା ଦାୟର କରିଥିଲେ । ତେବେ ପୋଲିସ ଏହି ମାମଲାର ଖୁଲାସା କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଶ୍ମଶାନ ଖନନ କରି ମୃତଦେହ ଉଦ୍ଧାର କରିଥିଲା ।

ପୋଲିସ ମୃତଦେହର ଅଂଶବିଶେଷକୁ ଜବତ କରି ପରୀକ୍ଷା ପାଇଁ ଭୋପାଳ ପଠାଇଥିବା ଜଣାପଡ଼ିଛି । ତେବେ ନାବାଳିକାଙ୍କ ପିତାଙ୍କ ସହିତ ୪ ଜଣଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି । ୨୦୧୧ ମସିହାରେ ମନଖେଡ଼ା ଗାଁର ଜଣେ ୧୭ ବର୍ଷୀୟା ନାବାଳିକା ନିଖୋଜ ଖବର ପୋଲିସରେ ଦାୟର କରାଯାଇଥିଲା । ଏହି ମାମଲାରେ ପୋଲିସ ଝିଅର ପିତାମାତାଙ୍କ ସହ ଆଲୋଚନା କରିଥିଲା । ପିତାମାତା ଏହି କେସକୁ ବନ୍ଦ କରିବାକୁ ପୋଲିସକୁ କହିଥିଲେ, ଫଳରେ ସେମାନେ ପୋଲିସର ସନ୍ଦେହ ଘେରରେ ରହିଥିଲେ । ଘଟଣାର ପୁନଃ ତଦନ୍ତ ସମୟରେ ଝିଅଟି ବିଷ ଖାଇ ଆତ୍ମହତ୍ୟା କରିଛି ଓ ତାର ଶବ ଶ୍ମଶାନରେ ପୋତାଯାଇଛି ବୋଲି ପିତାମାତା ପୋଲିସ ନିକଟରେ ପ୍ରକାଶ କରିଥିଲେ । ଦୀର୍ଘଦିନ ଧରି ଏହି ମାମଲା ବିଚାରାଧୀନ ରହିବା ଫଳରେ ମୁଖ୍ୟମନ୍ତ୍ରୀ ପୁରୁଣା ମାମଲାର ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.