fbpx

ଟି-୨୦ ବିଶ୍ୱକପ ଖେଳିବେନି ବେନ୍ ଷ୍ଟୋକ୍ସ: ଇଂଲଣ୍ଡକୁ ବଡ଼ ଝଟକା, ୨୦୨୨ ବିଶ୍ୱକପରେ ଦଳ ପାଇଁ ହିରୋ ଥିଲେ

Advertisement

ନୂଆଦିଲ୍ଲୀ: ଆସନ୍ତା ଜୁନ ମାସରେ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଚଳିତ ବର୍ଷର ଟି-୨୦ ବିଶ୍ୱକପ୍ ଅନୁଷ୍ଠିତ ହେବ । ସେଥିପାଇଁ ପ୍ରତ୍ୟେକ ଟିମ୍ ପ୍ରସ୍ତୁତି ଚଳାଇଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଇଂଲଣ୍ଡର ଅନ୍ୟତମ ଷ୍ଟାର ଅଲରାଉଣ୍ଡର ତଥା ଟେଷ୍ଟ ଟିମର ଅଧିନାୟକ ବେନ୍ ଷ୍ଟୋକ୍ସ ଟି-୨୦ ବିଶ୍ୱକପ ୨୦୨୪ ଖେଳିବେ ନାହିଁ । ୨୦୨୨ ଟି-୨୦ ବିଶ୍ୱକପରେ ଇଂଲଣ୍ଡକୁ ବିଶ୍ୱ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଷ୍ଟୋକ୍ସ ନ ଖେଳିବା ଇଂଲଣ୍ଡ ପାଇଁ ଏକ ବଡ଼ ଝଟକା ।

ତେବେ ଚଳିତ ଟି-୨୦ ବିଶ୍ୱକପ ନ ଖେଳିବା ପାଇଁ ଷ୍ଟୋକ୍ସ ନିଜେ ନିଷ୍ପତ୍ତି ନେଇଛନ୍ତି । ୨୦୨୨ରେ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିଲେ ଓ ୨୦୨୩ ଶେଷ ଆଡ଼କୁ ୫୦ ଓଭର ବିଶିଷ୍ଟ ବିଶ୍ୱକପ ଖେଳିବା ପାଇଁ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିଥିଲେ । ନିକଟରେ ସମାପ୍ତ ହୋଇଥିବା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ଷ୍ଟୋକ୍ସ କେବଳ ୫ ଓଭର ବୋଲିଂ କରିପାରିଥିଲେ । ସେ ନିଜର ବୋଲିଂ ଫିଟନେସକୁ ମଜବୁତ ରଖିବା ନେଇ ଧ୍ୟାନ କେନ୍ଦ୍ରିତ କରିବେ ବୋଲି ଷ୍ଟୋକ୍ସ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୨୨ ଟି-୨୦ ବିଶ୍ୱକପ ଫାଇନାଲରେ ଷ୍ଟୋକ୍ସ ଏକ ବଡ଼ ଭୂମିକା ନିଭାଇଥିଲେ । ସେ ଫାଇନାଲରେ ନିଜର ପ୍ରଥମ ଟି-୨୦ ଅର୍ଦ୍ଧଶତକ ହାସଲ କରି ଦଳକୁ ବିଜୟୀ କରାଇଥିଲେ । ଷ୍ଟୋକ୍ସଙ୍କ ଉକ୍ତ ଇନିଂସ ବଳରେ ଇଂଲଣ୍ଡ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିପାରିଥିଲା ।

https://twitter.com/intent/follow?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1775085399146131720%7Ctwgr%5E7507d71f71518d5c33daacee91b39aa115541405%7Ctwcon%5Es1_&ref_url=https%3A%2F%2Fwww.lokmatnews.in%2Fcricket%2Fnews%2Ft20-world-cup-2024-ben-stokes-has-ruled-himself-out-england-cricket-team-b659%2F&screen_name=englandcricket

Get real time updates directly on you device, subscribe now.