ମହିଳାଙ୍କ ମୁହଁରେ ଫୁଟିବ ହସ! ଆଜି ଆସିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, କେବଳ ଏମାନେ ପାଇବେ 5ହଜାର..

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ବଡ ଘୋଷଣା କରିଛନ୍ତି । ଆସି ଆସିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ସୁନ୍ଦରଗଡ଼ ଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାର ୨୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଟଙ୍କା ବାଣ୍ଟିବେ । ଏନେଇ ସୁନ୍ଦରଗଡରେ ମଧ୍ୟ ଭବ୍ୟ ଆୟୋଜନ କରାଯାଇଛି ।  ସୁଭଦ୍ରା ଯୋଜନାରୁ ବାଦ ପଡିଥିବା 2ଲକ୍ଷ 67 ହଜାର  ହିତଧିକାରୀଙ୍କର ଯାଞ୍ଚ ଶେଷ ହୋଇଥିବା ବେଳେ ସେମାନଙ୍କ ଆକାଉଣ୍ଟକୁ ଆଜି 5 ହଜାର ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

କହିରଖୁଛୁ କି, ସୁଭଦ୍ରା ଯୋଜନାରେ ୫ ଲକ୍ଷ ଆକାଉଣ୍ଟ ମିସ ମ୍ୟାଚ ହୋଇଥିଲା । ଏହାର ସମାଧାନ ବର୍ତ୍ତମାନ ସୁଦ୍ଧା ହୋଇପାରିନଥିବା ବେଳେ  ବ୍ଲକ ସ୍ତରକୁ ଭେରିଫିକେସନ ପାଇଁ ରିପୋର୍ଟ ଯାଇଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ତେଣୁ ୫ ଲକ୍ଷ ଆବେଦନକାରୀ ଚଳିତଥର ଟଙ୍କା ମିଳିନ ନାହିଁ । ସେମାନଙ୍କୁ ଡିସେମ୍ୱର ମାସରେ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।  ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରେଇବା ପରେ ଉକ୍ତ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ ହେବେ । ଏହାର ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ । ସମାଧାନ ହେବା ପରେ ଡିସେମ୍ବରରେ ସେମାନେ ପାଇପାରିବେ । । ପ୍ରଥମ କିସ୍ତିରେ ଦୁଇଟି ପର୍ୟ୍ୟାୟରେ ୬୦ ଲକ୍ଷ ମହିଳା ହିତାଧିକାରୀଙ୍କୁ ଟଙ୍କା ମିଳିସାରିଥିବା ବେଳେ ଡିସେମ୍ବରରେ ସୁଦ୍ଧା ଏକ କୋଟି ମହିଳା ପାଇବେ ସୁଭଦ୍ରା ଟଙ୍କା ।