fbpx

ମହିଳାମାନେ ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ଦ୍ୱାରା କଣ ଲାଭ ହୋଇଥାଏ: ପ୍ରଥମକରି ମା’ ହୋଇଥିବା ନାରୀ ନିଶ୍ଚୟ ଧ୍ୟାନ ଦିଅନ୍ତୁ..

ଓଡିଶା ଭାସ୍କର: ଆପଣ ପ୍ରଥମଥର ମା’ ହୋଇଛନ୍ତି କି? ନିଜ ପିଲାର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ରହୁଛନ୍ତି କି ? ଯଦି ହଁ, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି । ଏହି ଟିପ୍ସ ଦ୍ୱାରା ଆପଣ ଲକ୍ଷ ଲକ୍ଷ ପିଲାଙ୍କ ଜୀବନ ରକ୍ଷା କରିପାରିବ । ଆପଣ ଜାଣିବାକୁ ଚାହାଁନ୍ତି କି ଏହା କଣ ହୋଇଥାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ୟୁନିସେଫ୍ କହିଛନ୍ତି ଯେ, ଯଦି ଅଧିକରୁ ଅଧିକ ମହିଳାମାନେ ଠିକ ଭାବରେ ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବେ । ତେବେ ପ୍ରତିବର୍ଷ ୮ ଲକ୍ଷ ୨୦ହଜାରରୁ ଅଧିକ ଶିଶୁଙ୍କ ଜୀବନ ରକ୍ଷା ହୋଇପାରିବ।
ତଥ୍ୟ ଅନୁଯାୟୀ, ସ୍ତନ୍ୟପାନ ହାରରେ ଉନ୍ନତି ହେଲେ ପ୍ରତିବର୍ଷ ୮ ଲକ୍ଷ୨୦ହଜାର ରୁ ଅଧିକ ପିଲାଙ୍କ ଜୀବନ ବଞ୍ଚିପାରିବ। ରିପୋର୍ଟ ଅନୁସାରେ ଗତ ୧୨ ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ ଛଅ ମାସରୁ କମ୍ ଶିଶୁଙ୍କ ସ୍ୱତନ୍ତ୍ର ସ୍ତନ୍ୟପାନ କରାଉଥିବା ଶିଶୁଙ୍କ ସଂଖ୍ୟା ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।

ଏହାର ଅର୍ଥ ହେଉଛି ବିଶ୍ୱର ୪୮ ପ୍ରତିଶତ ଶିଶୁ ଜନ୍ମ ପରେ ପ୍ରଥମ ଛଅ ମାସ ପାଇଁ ମା’ର କ୍ଷୀର ପିଉଛନ୍ତି । ଯାହା ସେମାନଙ୍କୁ ଏକ ସୁସ୍ଥ ଜୀବନ ଗଠନ କରିବାରେ ସହାୟକ ହୋଇଥାଏ । ମାଆମାନେ ଛୁଆମାନଙ୍କୁ ସ୍ତନ୍ୟପାନ କରାଇବା ଦ୍ୱାରା ଲକ୍ଷ ଲକ୍ଷ ଶିଶୁଙ୍କ ଜୀବନ ରକ୍ଷା ହେଉଛି ।

ୟୁନିସେଫ୍ କହିଛନ୍ତି ଯେ ଶିଶୁର ପ୍ରାରମ୍ଭିକ ବୃଦ୍ଧି ଏବଂ ବିକାଶ ପାଇଁ ସ୍ତନ୍ୟପାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ । ମା’ର କ୍ଷୀରରେ ଥିବା ଆଣ୍ଟିବଡି ଶିଶୁମାନଙ୍କୁ ଜୀବନରେ ଘଟୁଥିବା ସମସ୍ତ ପ୍ରକାରର ରୋଗରୁ ରକ୍ଷା କରିଥାଏ । ଏହା ଛୋଟ ପିଲାମାନଙ୍କ ପାଇଁ ଏକ ନିରାପଦ, ପୁଷ୍ଟିକର ଖାଦ୍ୟ ଭାବରେ ବିବେଚନା କରେ ।

Get real time updates directly on you device, subscribe now.