fbpx

ପ୍ରତ୍ୟେକ ଦିନ ସକାଳୁ ପିଅନ୍ତୁ କାକୁଡି ଜୁସ୍, କାରଣ ଏଥିରୁ ଦୂର ହୋଇଥାଏ ଅନେକ ସବୁ ସମସ୍ୟା

AAKASH

ଓଡିଶା ଭାସ୍କର; ହାଟ ବଜାରରେ ତଥା ବିଲ ବାଡ଼ିରେ କାକୁଡି ପ୍ରଚୁର ପରିମାଣରେ ଦେଖିବାକୁ ମିଳିଥାଏ । ପାଟିକୁ ସୁଆଦିଆ ଲାଗିବା ସହିତ ଫଳ ଭିତରେ ଏହି କାକୁଡିର ସ୍ୱାସ୍ଥ୍ୟ ଲାଗି ଅନେକ ଉପକାରୀତା ରହିଥାଏ । କାକୁଡି ଖାଇବା ଦ୍ୱାରା, ଏହା ଅନେକ ରୋଗ ବେମାରୀ ଦୂର କରିବାରେ ସାହାଯ୍ୟ କରେ ।

ସାଧାରଣତଃ ଆମେ ଏହାକୁ ବଜାରରେ ଆଣିବା ମାତ୍ରେ ଧୋଇକି କଞ୍ଚା ଖାଇଥାନ୍ତି । ସେହିପରି କାକୁଡିକୁ ସାଲାଡରେ ଖାଇବାକୁ ଲୋକେ ଅଧିକ ପସନ୍ଦ କରନ୍ତି । ମାତ୍ର ଏହାକୁ ଆପଣ ଜୁସ୍ କରି ତାହାର ରସକୁ ପିଇପାରିବେ । ପ୍ରତ୍ୟେକ ଦିନ ସକାଳୁ କାକୁଡି ଜୁସ ପିଇବା ଦ୍ୱାରା ତାହା ଆପଣଙ୍କ ଶରୀର ପାଇଁ ବହୁତ ଗୁରୁତ୍ୱ ରଖିଥାଏ । ପୋଟାସିୟମ, ମ୍ୟାଗ୍ନେସିୟମ, ଭିଟାମିନ୍ ସି, କେ, ଫାଇବର, ପ୍ରୋଟିନ, କାର୍ବୋହାଇଡ୍ରେଟ ଭଳି ଅନେକ ପୋଷକ ତତ୍ୱ ଭରି ରହିଥାଏ । କାକୁଡିରେ କ୍ୟାଲୋରୀ କମ୍ ଥାଏ କିନ୍ତୁ ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭିଟାମିନ୍ ଏବଂ ମିନେରାଲ୍ସ ଅଧିକ ଥାଏ । ଗୋଟିଏ 11-ounce (୩୦୦-ଗ୍ରାମ) ଅନାବୃତ, କଞ୍ଚା କାକୁଡିରେ ନିମ୍ନଲିଖିତ ପରିମାଣରେ ଥାଏ:

କ୍ୟାଲୋରୀ: ୪୫
ମୋଟ ଫ୍ୟାଟ: ୦ ଗ୍ରାମ
କାର୍ବସ୍: ୧୧ ଗ୍ରାମ
ପ୍ରୋଟିନ୍: ୨ ଗ୍ରାମ
ଫାଇବର: ୨ ଗ୍ରାମ
ଭିଟାମିନ୍ ସି: RDI ର ୧୪%
ଭିଟାମିନ୍ କେ: RDI ର ୬୨%
ମ୍ୟାଗ୍ନେସିୟମ୍: RDI ର ୧୦%
ପୋଟାସିୟମ୍: RDI ର ୧୩%
ମାଙ୍ଗାନିଜ୍: RDI ର ୧୨%

ତେବେ ଆସନ୍ତୁ ଜାଣିବା କାକୁଡି ଖାଇବା ଦ୍ୱାରା, କେଉଁ ସବୁ ସମସ୍ୟା ଦୂର ହୋଇଥାଏ ।

ଓଜନ ହ୍ରାସ କରିବାକୁ ଚାହୁଁଥିଲେ, ପ୍ରତିଦିନ ନିଜ ଡାଏଟରେ କାକୁଡି ସାମିଲ କରିବା ଉଚିତ୍ । ଏହା ଖାଇବା ଦ୍ୱାରା, ଜଲଦୀ ଭୋକ ହୋଇନଥାଏ ।

କାକୁଡି ଜୁସରେ ଲେମ୍ବୁ ରସ, ଅଦା, ଦହି, ଏବଂ ଧନିଆ ପତ୍ର ପକାଇ ମିଶାଇ ସେବନ କରି ପାରିବେ । ଏପରି କରିବା ଦ୍ୱାରା ତାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।

କାକୁଡିରେ ପାଣିର ମାତ୍ରା ଭରପୁର ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ୍ ଲାଭଦାୟକ । ଏହା ପ୍ରତିଦିନ ଖାଇବା ଦ୍ବାରା, ଶରୀରରେ ଏହା ପାଣିର ଅଭାବକୁ ଦୂର କରିବାରେ ସାହାଯ୍ୟ କରେ ।

ଇମ୍ୟୁନିଟିକୁ ମଜବୁତ୍ କରିବାରେ ସାହାଯ୍ୟ କରେ କାକୁଡି । ତେଣୁ ପ୍ରତିଦିନ ନିଜ ଡାଏଟରେ କାକୁଡି ସାମିଲ କରିବା ଭଲ ।

ସେହିପରି ପ୍ରତିଦିନ କାକୁଡି ଖାଇବା ଦ୍ୱାରା, ଏହା ହାଡକୁ ମଜବୁତ୍ କରିବାରେ ସାହାଯ୍ୟ କରେ ।

ସୌନ୍ଦର୍ଯ୍ୟ ଚର୍ଯ୍ୟା ପାଇଁ କାକୁଡି ବହୁତ୍ ଲାଭଦାୟକ ହୋଇଥାଏ । ପ୍ରତିଦିନ କାକୁଡି ଖାଇବା ଏବଂ କାକୁଡିରୁ ପ୍ରସ୍ତୁତ ପ୍ୟାକ୍ ଲଗାଇବା ଫଳରେ, ଏହା ସନ୍ ଟ୍ୟାନ, ରିଙ୍କିଲ୍ସ ଆଦି ସମସ୍ୟାକୁ ଦୂର କରିବା ସହିତ, ତ୍ୱଚାକୁ ଶୁଷ୍କ ହେବାକୁ ଦେଇ ନଥାଏ ।

 

 

 

 

 

Get real time updates directly on you device, subscribe now.