fbpx
BSKY
BJD YOUTH SKY
BJD MS SKY

ICC ODI Rankingରେ ଜଲୱା ଦେଖାଇଲେ ରୋହିତ-ବିରାଟ-ଗିଲ୍: ଟପ୍-୧୦ ତାଲିକାରେ ଦମଦାର ଏଣ୍ଟ୍ରି

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ରେ ଦମଦାର ଫର୍ମରେ ରହିଛନ୍ତି ଭାରତର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ । ଟୁର୍ଣ୍ଣାମେଣ୍ଟର ୩ଟି ଯାକ ମ୍ୟାଚରେ ୩ଜଣଙ୍କ ବ୍ୟାଟ୍ ଖୁବ ଜୋରରେ ଗର୍ଜନ କରୁଥିବା ଦେଖାଯାଇଛି । ଅଧିନାୟକ ରୋହିତ ଶର୍ମା, ଓପନର ଶୁଭମନ ଗିଲଙ୍କ ସହ ରନ୍ ମେସିନ୍ ବିରାଟ କୋହଲି ପୁଣିଥରେ ନିଜ ପୁରୁଣା ରୂପ ଦେଖାଇଛନ୍ତି । କିଛି ଦିନରୁ ବଡ଼ ସ୍କୋର ପାଇଁ ସଂଘର୍ଷ କରୁଥିବା ବର୍ତ୍ତମାନ ଫର୍ମ ଫରି ପାଇଛନ୍ତି ଭାରତର ଏହି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ । ପାକିସ୍ତାନ ବିପକ୍ଷରେ ରୋହିତ ଏବଂ ଶୁଭମନଙ୍କ ଅର୍ଦ୍ଧଶତକୀୟ ପାଳି ପରେ ବିରାଟଙ୍କ ଦମଦାର ଶତକ ଆଜି ସେମାନଙ୍କୁ ନିଜ ପୁରୁଣା ସ୍ଥାନ ଫେରାଇ ଦେଇଛି । ଦିନିକିଆ ରାଙ୍କିଙ୍ଗରେ ଟପ୍-୧୦ ତାଲିକାକୁ କମବ୍ୟାକ କରିଛନ୍ତି ବିରାଟ ଏବଂ ରୋହିତ । ଏହାବ୍ୟତୀତ ଶୁଭମନ ଗିଲଙ୍କୁ ମଧ୍ୟ ଖୁବ ଫାଇଦା ହୋଇଛି ।

ଆଇସିସି ତରଫରୁ ଜାରି ହୋଇଥିବା ତାଜା ଦିନିକିଆ ରାଙ୍କିଙ୍ଗରେ ୩ ଜଣ ଭାରତୀୟ ଖେଳାଳି ଏଣ୍ଟ୍ରି କରିଛନ୍ତି । ଭାରତର ସଫଳ ଟପ୍ ଅର୍ଡର ଏହି ଲିଷ୍ଟରେ ଦମଦାର ଏଣ୍ଟ୍ରି କରିଛନ୍ତି । ଏସିଆ କପ୍ ରେ ୨ଟି ଅର୍ଦ୍ଧଶତକ ସହ ତାଲିକାର ନବମ ସ୍ଥାନ ଅକ୍ତିଆର କରିଛନ୍ତି ଅଧିନାୟକ ଟିମ ଇଣ୍ଡିଆର ରୋହିତ ଶର୍ମା । ଏହାପରେ ଭାରତୀୟ ଦଳର ସୁପରଷ୍ଟାର ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ପାକିସ୍ତାନ ବିପକ୍ଷ ମ୍ୟାଚରେ ଧୂଆଁଦାର ଶତକ ବଳରେ ଅଷ୍ଟମ ସ୍ଥାନ ଉପରେ ନିଜ କବଜା ଜମାଇଛନ୍ତି । ତେବେ ସବୁଠୁ ଅଧିକ ଲାଭବାନ୍ ହୋଇଛନ୍ତି ଟିମ ଇଣ୍ଡିଆର ରାଇଜିଂ ଷ୍ଟାର ଶୁଭମନ ଗିଲ୍ । ଦମଦାର ବ୍ୟାଟିଂ ପାଇଁ ସେ ୭୫୯ ରେଟିଙ୍ଗ ପଏଣ୍ଟ ସହ ଏହି ତାଲିକାର ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ତେବେ ପାକିସ୍ତାନୀ ଅଧିନାୟକ ବାବର ଆଜମ୍ ୮୬୩ ରେଟିଙ୍ଗ ସହ ବ୍ୟାଟର ତାଲିକାରେ ସର୍ବଶ୍ରେଷ୍ଠରେ ରହିଛନ୍ତି ।

ଏହାବ୍ୟତୀତ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅନ୍ୟତମ ଶତକବୀର କେ.ଏଲ ରାହୁଲ ମଧ୍ୟ ୩ଟି ସ୍ଥାନ ଉପରକୁ ଉଠିଛନ୍ତି । ଦୀର୍ଘ ଦିନ ପରେ କମବ୍ୟାକ ମ୍ୟାଚରେ ଶତକ ହାସଲ କରି ସେ ୩୭ତମ ସ୍ଥାନରେ ପହଞ୍ଚିଛନ୍ତି । ସେହିପରି ଅଷ୍ଟ୍ରେଲିଆର ଷ୍ୟାର ଓପନର ଡାଭିଡ ୱାର୍ଣ୍ଣର ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନକୁ ଆସିଥିବା ବେଳେ ଦକ୍ଷିଣ ଆ୍ରଫିକାର ୱିକେଟ କିପର କ୍ୱିଣ୍ଟନ ଡି କକ୍ ଗୋଟିଏ ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି । ତେବେ ଭାରତର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ ୩ଟି ସ୍ଥାନ ଉପରକୁ ଉଠି ୨୨ତମ ସ୍ଥାନ ଦଖଲ କରିଛନ୍ତି ।

ସେହିପରି ବୋଲିଂ ବିଭାଗରେ ଚାଇନାମ୍ୟାନ ସ୍ପିନର କୁଳଦୀପ ଯାଦବ ସପ୍ତମ ସ୍ଥାନରେ ପହଞ୍ଚିଥିବା ବେଳେ ମହମ୍ମଦ ସିରାଜ ନବମ ସ୍ଥାନ ଅକ୍ତିଆର କରିଛନ୍ତି । ତେବେ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ଜୋସ ହାଜେଲଉଡ । ଏହା ବ୍ୟତୀତ କମବ୍ୟାକ କରି ବୁମରାହ ମଧ୍ୟ ୨ଟି ସ୍ଥାନ ଉପରକୁ ଉଠି ୨୭ ନମ୍ବରରେ ପହଞ୍ଚିଛନ୍ତି ।

Get real time updates directly on you device, subscribe now.