fbpx

ଗରମରେ ଅବଶ୍ୟ ପିଅନ୍ତୁ ବେଲ ପଣା: ଓଜନ କମାଇବା ସହ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

ଖରାଦିାନେ ବଜାରରେ ପ୍ରଚୁର ପରିମାଣରେ ବେଲ ମିଳିଥାଏ । ଏହାର କାରଣ ଏହାକୁ ଗ୍ରୀଷ୍ମର ଫଳ ବୋଲି ମଧ୍ୟ କୁହାଯାଏ । ବେଲ ପ୍ରବଳ ଥଣ୍ଡା ଥିବାରୁ ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ପାଟଇକୁ ମଧ୍ୟ ସୁଆଦିଆ ଲାଗିଥାଏ । କିନ୍ତୁ ଆପଣ ଜାଣନ୍ତି କି ବେଲ ପଣା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ବେଲ ପଣା ଆପଣଙ୍କ ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖେ । ତେବେ ଆସନ୍ତୁ ଜାଣିବା ବେଲ ପଣା ଯୋଗୁଁ କ’ଣ କ’ଣ ଲାଭ ମିଳିଥାଏ ?

ଇମ୍ୟୁନିଟି ବଢ଼ାଏ:-
ବେଲ ପଣାରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ଆପଣଙ୍କ ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ । ଏବଂ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ ରଖିଥାଏ । ଯଦି ଆପଣ ଖରାରେ ପ୍ରତିଦିନ ବେଲ ପଣା ପିଅନ୍ତିି, ତେବେ ଆପଣଙ୍କ ରକ୍ତ ପରିଷ୍କାର ହୋଇଥାଏ ।
ଓଜନ କମ୍ ହୁଏ:-
ବେଲ ପଣା ପିଇବା ଦ୍ୱାରା ଶରୀରର ଓଜନ କମିଯାଏ । ଏହାର କାରଣ ହେଉଛି ବେଲରେ ବହୁତ ଫାଇବର ମାତ୍ରା ରହିଛି । ଏହାକୁ ପିଇବା ପରେ ଆପଣଙ୍କୁ ବହୁତ ଆରାମ ମିଳିଥାଏ ଏବଂ ଆପଣଙ୍କ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂରିଲା ପୂରିଲା ରହିଥାଏ, ଯେଉଁ କାରଣରୁ ଆପଣ ବାରମ୍ବାର ଭୋକିଲା ଅନୁଭବ କରନ୍ତି ନାହିଁ । ସେହି ସମୟରେ ଆପଣ ପେଟରେ କୋଷ୍ଠକାଠିନ୍ୟ ଏବଂ ଭାରୀପଣ ମଧ୍ୟ ଅନୁଭବ କରନ୍ତି ନାହିଁ । ସେଥିପାଇଁ ଆପଣ ଏହାକୁ ଗରମରେ ପିଇବା ଉଚିତ୍ ।
ବିପି ନିୟନ୍ତ୍ରଣରେ ରଖେ:–
ହାଇ ବିପି ରୋଗୀଙ୍କ ପାଇଁ ବେଲ ପଣା ଅତ୍ୟନ୍ତ ଲାଭଦାୟକ । କାରଣ ଏଥିରେ କୋଲେଷ୍ଟ୍ରଲ ନିୟନ୍ତ୍ରଣ ଗୁଣ ଅଛି । ଏଥି ସହିତ ଶରୀରରେ ଜଳର ଅଭାବକୁ ଦୂର କରିଥାଏ ।
ଡାଇବେଟିସ୍ ପାଇଁ ଲାଭଦାୟକ-
ବେଲ ପଣା ଅନେକ ଉପାୟରେ ଲାଭଦାୟକ, କିନ୍ତୁ ଏହା ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହୋଇଥାଏ । ଏଥିରେ ଚିନି ବ୍ୟବହାର କରାଯାଏ ନାହିଁ, ଏଥିପାଇଁ ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ ।

Get real time updates directly on you device, subscribe now.