fbpx

ସକାଳୁ ଉଠି ଖାଲି ପେଟରେ ପାଣି ପିଇଲେ ମିଳିଥାଏ ଏହି ଫାଇଦା

ଆମକୁ ସୁସ୍ଥ ରହିବାକୁ ହେଲେ ପାଣି ପିଇବା ନିତ୍ୟାନ୍ତ ଆବଶ୍ୟକ। ପାଣି ପିଇବା ଦ୍ୱାରା ଆମ ଶରୀର ସୁସ୍ଥ ଓ ଫିଟ୍ ରହିଥାଏ।  ପାଣି ଆମ ଶରୀରର ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

ସକାଳେ ଉଠିବା ପରେ ଆମ ଶରୀରକୁ ପାଣିର ଅତ୍ୟନ୍ତ ଆବଶ୍ୟକତା ରହିଥାଏ। ତେଣୁ ସକାଳୁ ଉଠି ଆପଣଙ୍କୁ ୨ ରୁ ୩ ଗ୍ଲାସ୍ ପାଣି ପିଇବା ଉଚିତ। ତେବେ ଆସନ୍ତୁ ଜାଣିବା ସକାଳୁ ଖାଲି ପେଟରେ ପାଣି ପିଇବା ଦ୍ୱାରା କ’ଣ ସବୁ ମିଳିଥାଏ।

ସକାଳୁ ଉଠି ଖାଲି ପେଟରେ ପାଣି ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିବା ଦ୍ୱାରା ରକ୍ତ ସଫା ହୋଇଥାଏ। ତେଣୁ ଚେହେରାରେ ଚମକ ଆସିଥାଏ।

ଖାଲି ପେଟରେ ପାଣି ପିଇବା ଦ୍ୱାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼େ।

ସକାଳେ ଖାଲି ପେଟରେ ପାଣି ପିଇଲେ ଶରୀରରେ ମେଟାବୋଲିଜିମ୍ ସକ୍ରିୟ ହୋଇଥାଏ। ଯାହାଦ୍ୱାରା ଓଜନ ହ୍ରାସ ହୋଇଥାଏ।

ସକାଳୁ ଖାଲିପେଟରେ ପାଣି ପିଇବା ଦ୍ୱାରା ମୁଣ୍ଡବିନ୍ଧା, ଗୋଡ଼ ହାତ ଦରଜ, ହୃତପିଣ୍ଡ ଜନିତ ରୋଗ, ମୋଟାପଣ, ଆଜମା, ଟିବି, କିଡ଼ନୀ ଓ ୟୁରିନ୍ ଜନିତ ରୋଗ, ଗ୍ୟାସ୍, ଡାଇବେଟିସ, ଡାଇରିଆ, ଅର୍ଶ, କୋଷ୍ଠ କାଠିନ୍ୟ, କ୍ୟାନ୍‌ସର୍ ଏବଂ ଆଖି, ନାକ, କାନ ଓ ଗଳାର ବିଭିନ୍ନ ରୋଗ ସହ ଲଢ଼ିବାର ଶକ୍ତି ମିଳିଥାଏ।

 

Get real time updates directly on you device, subscribe now.