fbpx

ମାନସିକ ଚାପମୁକ୍ତ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

କରୋନା ସଙ୍କଟରେ ଅଧିକ ଲୋକ ମାନସିକ ଚାପ, ଅବସାଦ ରୋଗରେ ଜୀବନ ଅତିବାହିତ କରୁଛନ୍ତି । ଚାକିରୀ ପାଇଁ ହେଉ ବ ଟଙ୍କା ପାଇଁ, ଲୋକଙ୍କ ଉପରେ ଚାପ କେବେ କମ ହୁଅନି। ଯଦି ଆପଣ ସୁସ୍ଥ ଜୀବନଶୈଳୀ ସହ ମାନସିକ ଶାନ୍ତି ପାଇବାକୁ ଚାହୁଁଥିଲେ, ପ୍ରତିଦିନ ଯୋଗ କରିବା ଏକ ସୁନ୍ଦର ଅଭ୍ୟାସ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।

– ଯୋଗ, ପ୍ରାଣାୟାମ ଆଦି କଲେ ଆମ ମନ ପ୍ରଫୁଲ୍ଲ ରହିବା ସହ ମାନସିକ ଚିନ୍ତା ମଧ୍ୟ ଅନେକାଂଶରେ ହ୍ରାସ ପାଇଥାଏ ।

– କିଶୋର ଠାରୁ ବୟସ୍କ ପିଢ଼ି ଦୈନିକ ୧୫-୨୦ ମିନିଟ୍ ଯୋଗ କଲେ ଏହାର ଉତ୍ତମ ପ୍ରଭାବ ପଡ଼ିଥାଏ ।

– ଯୋଗ ସ୍ୱାସ୍ଥ୍ୟ ପାଇଁ ହିତକାରୀ ହୋଇଥିବା ବେଳେ ନିଦ୍ରାହୀନତା ଓ ମାନସିକ ଅଶାନ୍ତି ମଧ୍ୟ ଏହା ଦ୍ୱାରା ଅନେକାଂଶରେ ନିୟନ୍ତ୍ରିତ ହେଉଥିବାର ଜଣାପଡ଼ିଛି ।

– ଯୋଗ କଲେ ଆମ ମସ୍ତିଷ୍କକୁ ଆବଶ୍ୟକ ପରିମାଣର ଅମ୍ଳଜାନ ମିଳେ, ଯାହା କାରଣରୁ ମନ ଶାନ୍ତ ରହୁଥିବାର ପରୀକ୍ଷାରୁ ଜଣାପଡ଼ିଛି ।

Get real time updates directly on you device, subscribe now.