fbpx

ଖାଲି ଫ୍ଲାଟରେ ମିଳିଲା ଡାକ୍ତରାଣୀଙ୍କ ଶବ

ଆଗ୍ରା,୨୦ ।୮: ଆଗ୍ରାର ସରୋଜିନୀ ନାଇଡୁ ମେଡିକାଲ କଲେଜରୁ ଏମବିବିଏସ ପାସ କରିସାରିଥିବା ଜରେ ଯୁବ ମହିଳା ଡାକ୍ତରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ବୁଧବାର ସକାଳ ମହିଳା ଡାକ୍ତରାଣୀଙ୍କ ଶବ ଡୌକୀ ଥାନା ଅନ୍ତର୍ଗତ ବମରୌଲ କଟାରାର ଏକ ଖାଲି ଫ୍ଲାଟରୁ ଜବତ ହୋଇଛି ।

ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ତଦନ୍ତ ପରେ ଜଣାପଡିଲା ଯେ, ମୃତ ଯୁବତୀ ଜଣକ ଏମଏସ ମେଡିକାଲର ଏମବିବିଏସ ପାସ୍ ଆଉଟ୍ ଛାତ୍ରୀ ୟୋଗିତା ଗୌତମ । ସେ ଦିଲ୍ଲୀରେ ରହୁଥିବା ବେଳେ ତାଙ୍କ ପିତା ଓ ଭାଇ ବି ଡାକ୍ତର । ସେ ମଙ୍ଗଳବାର ରାତିରୁ ନିଖୋଜ ଥିବା ଜଣାପଡିଛି । ତେବେ ୟୋଗିତାଙ୍କୁ ବିବେକ ତିୱାରୀ ନାମକ ଜଣେ ଡାକ୍ତର ହତ୍ୟାର ଧମକ ଦେଇଥିଲେ ବୋଲି ତାଙ୍କ ପିତା କହିଛନ୍ତି । ଏନେଇ ପରିବାର ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ ହେବା ସହ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.