fbpx

ପିଜୁଳି ଖାଇଲେ ମିଳିଥାଏ ଏହି ସବୁ ଫାଇଦା, ଜାଣନ୍ତୁ

ପିଜୁଳି ଖାଇବା ପ୍ରାୟ ସମସ୍ତିଙ୍କୁ ପସନ୍ଦ ଆସିଥାଏ। ପାଟିକି ସୁଆଦିଆ ସହ ଏଥିରେ ଭରପୁର  ଔଷଧୀୟ ଗୁଣ ମଧ୍ୟ ରହିଛି।  ଭିଟାମିନ୍-ଏ, ସି, ପୋଟାସିୟମ୍, ଫ।ଇବର, କାର୍ବୋହାଇଡ୍ରେଟ୍, ଭିଟାମିନ-ବି୨, ଭିଟାମିନ-ଇ, ଭିଟାମିନ-କେ ପିଜୁଳିରେ ଭରପୂର ମାତ୍ରାରେ ରହିଛି । ଏହାସହ ଏଥିରେ ଫଲିକ ଏସିଡ, କ୍ୟାଲସିୟମ, ଫାଇବର,ପୋଟାସିୟମ, କପର ଓ ମାଙ୍ଗାନିଜର ତତ୍ୱ ରହିଛି। ତେବେ ପିଜୁଳୀ ଖାଇବା ଦ୍ଵାରା କେଉଁ କେଉଁ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା।

ଖାଇ ସାରିବା ପରେ ପିଜୁଳୀ ଖାଇଲେ କୋଷ୍ଠ କାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

ଖରାଦିନେ ପିଜୁଳୀ ପେଟ ଥଣ୍ଡା ରଖେ । ତେଣୁ ଖରା ଦିନରେ ପ୍ରତିଦିନ ୨-୩ଟି ପିଜୁଳୀ କିମ୍ବା ପିଜୁଳି ଜୁସ ପିଇଲେ ଭଲ।

ଭିଟାମିନ-ଏ ଥିବାରୁ ଏହା ଦୃଷ୍ଟି ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।

ଏଥିରେ ଥିବା ପୋଟାସିୟମ, ଭିଟାମିନ-ସି ଏବଂ ଫାଇବର ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିଥାଏ।

ପିଜୁଳୀରେ ଥିବା ଭିଟାମିନ-କେ ଚର୍ମର କଳାଦାଗ ଏବଂ ବ୍ରଣରୁ ମୁକ୍ତି ଦେଇଥାଏ ।

ପିଜୁଳୀରେ ଭିଟାମିନ-ସି  ଥିବାରୁ କେଶ ବଢ଼ାଇବାରେ ସାହାଯ୍ୟ କରିଥାଏ।

ପିଜୁଳୀ ଖାଇଲେ ସହଜରେ ଖାଦ୍ୟ ହଜମ ହୋଇଥାଏ।

Get real time updates directly on you device, subscribe now.