fbpx

ପଖାଳ ଖାଇଲେ ମିଳେ ଏହି ସବୁ ଫାଇଦା, ଜାଣନ୍ତୁ

ପଖାଳ ଖାଇବାକୁ ଅନେକଙ୍କୁ ଭଲ ଲାଗିଥାଏ। ଏହା ପାଟିକୁ ମଧ୍ୟ ସୁଆଦିଆ ଲାଗିଥାଏ।ବହୁ ଲୋକଙ୍କ ଧାରଣା ଥାଏ ଯେ ନିୟମିତ ପଖାଳ ଖାଇଲେ ଥଣ୍ଡା ହୋଇଯାଇଥାଏ ଓ  ମୋଟାପଣ ବଢ଼ିଥାନ୍ତି। ଆଉ କିଛି ଭାବିଥାନ୍ତି, ବାସୀ ଭାତ ଖାଲେ ଦେହ ଖରାପ ହୋଇଥିଏ। କିିନ୍ତୁ ପଖାଳ ସ୍ୱାସ୍ଥ୍ୟପ୍ରତି ବହୁତ ଭଲ। ନିୟମିତ ପଖାଳ ଖାଉଥିବା ବ୍ୟକ୍ତି ବହୁତ କମ୍ ରୋଗରେ ପଡିଥାନ୍ତି।ଆସନ୍ତୁ ଜାଣିବା ପଖାଳ ଖାଇଲେ କଣ ସବୁ ଫାଇଦା ମିଳିଥାଏ।

ପଖାଳରେ ଅନେକ ମାତ୍ରାରେ ଫାଇବର୍ ଥିବାରୁ  ଏହାକୁ ଖାଇବା ଦ୍ୱାରା କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ।

 ଯଦି ଆପଣ ଅଲସର ରୋଗୀ ହୋଇଥିବେ 
ତେବେ ସପ୍ତାହରେ ୩ ରୁ ୪ ଥର ପଖାଳ ଖାଇଲେ ପେଟରେ ହୋଇଥିବା ଘା ଶୀଘ୍ର ଭଲ ହେଇଯିବ।

 

ଆପଣଙ୍କୁ ଯଦି ପ୍ରତିଦିନ ଚାହା ଓ କଫି ପିଇବାର ଖରାପ ଅଭ୍ୟାସ ରହିଛି ଏବଂ ଏହି ଖରାପ ଅଭ୍ୟାସକୁ ଛାଡିପାରୁନାହଁନ୍ତି ତେବେ ସକାଳେ ଉଠି ପଖାଳ ଖାଆନ୍ତୁ ଏହି ଅଭ୍ୟାସ ଦୂର ହୋଇଯିବ।

ପଖାଳ ଖାଇଲେ ଆପଣ ଦିନସାରା ଏନଜେର୍ଟିକ ଅନୁଭବ କରିବେ ଓ ଏଥିସହିତ ଆପଣଙ୍କୁ ସାରାଦିନ ସବୁ କାମ କରିବାକୁ ଶକ୍ତି ଯୋଗାଇବ।

Get real time updates directly on you device, subscribe now.