ସାମାନ୍ୟ ଚାପ ଦ୍ୱାରା ଆମକୁ ମିଳିଥାଏ ଏହିସବୁ ବେନିଫିଟ୍, ଜାଣନ୍ତୁ ସେସବୁ

News across the Earth, news close to your heart, Read Odisha Bhaskar English

ଦୈନନ୍ଦିନ ଜୀବନରେ କିଛି ବି କାର୍ଯ୍ୟ କରିବାକୁ ହେଲେ ଆମକୁ ଚାପର ସମ୍ମୁଖୀନ ହେବାକୁ ପଡ଼େ । ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଯେଉଁ ଲୋକମାନେ ଆଦୌ ଚାପର ସମ୍ମୁଖୀନ ହୁଅନ୍ତି ନାହିଁ, ସେମାନେ ଖୁସିରେ ଜୀବନ ବିତାଇଥାନ୍ତି । ମାତ୍ର କମ୍ ଚାପ ହେତୁ ଅନେକ ବିଷୟରେ ଏମାନଙ୍କର ଜ୍ଞାନଶକ୍ତି କମ୍ ରହିଥାଏ ବୋଲି ପ୍ରମାଣିତ ହୋଇଛି ।

ବିଶେଷଜ୍ଞଙ୍କ ମତରେ ଯେଉଁମାନେ କମ ଚାପରେ କାର୍ଯ୍ୟ କରିପାରନ୍ତି, ସେମାନଙ୍କର ମସ୍ତିଷ୍କ ଠିକ ଭାବରେ କାର୍ଯ୍ୟ କରିପାରିଥାଏ । ଯେଉଁ ଲୋକମାନେ ସର୍ବଦା ବିନା ଟେନସନରେ କାର୍ଯ୍ୟ କରନ୍ତି, ସେମାନେ ଅଧିକାଂଶ ସମୟରେ ଖୁସିରେ ବିତାଇଥାନ୍ତି । କିନ୍ତୁ ନିଜର ଜ୍ଞାନ ଓ ବିଚକ୍ଷଣତାକୁ ଉପଯୋଗ କରି ଉନ୍ନତ ପ୍ରଦର୍ଶନ କରିବାରେ ଅପେକ୍ଷାକୃତ କମ୍ ପାରଙ୍ଗମ ହୋଇଥାନ୍ତି ।

ଯେତେବେଳେ ଆମ ମସ୍ତିଷ୍କ କୌଣସି ଚାପ ଗ୍ରହଣ କରେ, ସେତେବେଳେ ଶରୀରରେ ଏପିନେଫ୍ରାଇନ, କୋର୍ସିସୋଲ, ନୋରେପିନେଫ୍ରାଇନ ଆଦି ରାସାୟନିକ ପଦାର୍ଥ ଶରୀରର କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିଦେଇଥାଏ ।

Get real time updates directly on you device, subscribe now.