fbpx

ଆମ୍ୱ ଟାକୁଆରେ କଣ ସବୁ ଔଷଧୀୟ ଗୁଣ ରହିଛି ଜାଣନ୍ତୁ

ସାଧାରଣତଃ ଆମ୍ବ ଖାଇ ସାରିବା ପରେ ଲୋକମାନେ ତାର ଟାକୁଆକୁ ଫୋପାଡ଼ି ଦେଇଥାନ୍ତି। କିନ୍ତୁ ଏହି ସବୁ ଜାଣିବା ପରେ ଆଉ ଆମ୍ବ ଟାକୁଆ ଫୋପାଡିବେ ନାହିଁ। ଆମ୍ୱ ଖାଇବାକୁ ସବୁ ବର୍ଗ ର ଲୋକମାନେ ପସନ୍ଦ କରିଥାନ୍ତି।ଏହାର ସ୍ୱାଦ ଯେତିକି ମଧୁର ଏହାର ଟାକୁଆ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭକାରୀ। ତା’ହେଲେ ଆସନ୍ତୁ ଜାଣିବା ଆମ୍ୱ ଟାକୁଆରେ କ’ଣ ସବୁ ଔଷଧୀୟ ଗୁଣ ଭରି ରହିଛି।

ଯଦି ଆପଣଙ୍କ ମୁଣ୍ଡରେ ଉଙ୍କୁଣୀ ହେଉଛି ତେବେ ଆମ୍ୱ ଟାକୁଆକୁ ଗୁଣ୍ଡ କରି ଏଥିରେ ଲେମ୍ୱୁ ରସ ମିଶାଇ ମୁଣ୍ଡରେ ଲଗାନ୍ତୁ।

ଆମ୍ୱ ଟାକୁଆ, ଶୁଖିଲା ବେଲ ଓ ମିଶ୍ରି ସମାନ ଅନୁପାତରେ ବାଟି ଦିଅନ୍ତୁ। ଏହାପରେ ଦିନରେ ୨ ଚାମଚ  ୨ରୁ ତନିଥର ଖାଇବା ଦ୍ୱାରା  ଝାଡାବାନ୍ତିରୁ ମୁକ୍ତି ପାଇବେ ।

ଆମ୍ୱ ଟାକୁଆ ଅଳ୍ପ ମାତ୍ରାରେ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିବା ଦ୍ୱାରା ଉଚ୍ଚ ରକ୍ତଚାପ ଜିନିତ ସମସ୍ୟାରୁ ରକ୍ଷା ମିଳିଥାଏ।

ଆମ୍ୱ ଟାକୁଆ ସେବନ ଦ୍ୱାରା  ରକ୍ତ ସଞ୍ଚାଳନକୁ ଠିକ୍‌ କରି ଖରାପ କୋଲେଷ୍ଟ୍ରଲ ସ୍ତରକୁ ଠିକ୍ କରିବାରେ ସହାୟକ ହୋଇଥାଏ।

Get real time updates directly on you device, subscribe now.