fbpx

ଏକୁଟିଆ ରହିଲେ ଆମକୁ ମିଳିଥାଏ ଅନେକ ଫାଇଦା

ଜୀବନରେ ସମସ୍ତେ ଶାନ୍ତିରେ ରହିବାକୁ ଚାହିଁଥାନ୍ତି । ମାତ୍ର ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ପାଇଁ ସମୟ କାଢ଼ିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ । ଅଧିକାଂଶ ଲୋକ କୁହନ୍ତି ଯେ, ଏକୁଟିଆ ରହିଲେ ବ୍ୟକ୍ତି ଡିପ୍ରେସନର ଶିକାର ହୋଇଥାଏ । କିନ୍ତୁ ଏକ ଗବେଷଣାକୁ ଏହା ଭୁଲ ବୋଲି ପ୍ରମାଣିତ କରିଛି ।
ଏକୁଟିଆ ରହିବା ଦ୍ୱାରା ଜଣେ ନିଜର ଦାୟିତ୍ୱ ଠିକ୍ ଭାବେ ନିର୍ବାହ କରିପାରିଥାଏ । ଯେଉଁମାନେ ପରିସ୍ଥିତିରେ ପଡ଼ି ଏକାକୀ ରହିବାକୁ ବାଧ୍ୟ ହୁଅନ୍ତି, ସେମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କାରଣ ସେମାନେ ଏହାକୁ ସର୍ବଦା ଭାବିଥାନ୍ତି ।
କିନ୍ତୁ ଯେଉଁମାନେ ନିଜ ଇଚ୍ଛାରେ ଏକା ରୁହନ୍ତି, ସେମାନଙ୍କର କୌଣସି ଅସୁବିଧା ହୁଏ ନାହିଁ । ସେମାନେ ଏକା ରହିବାର ସମସ୍ତ ଲାଭ ଉଠାଇ ପାରନ୍ତି । ଏକାନ୍ତରେ ରହି ନିଜର କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାର କଳା ସମସ୍ତଙ୍କୁ ଜଣା ନଥାଏ । ଅଧିକ ସଦସ୍ୟ ଏକାଠି ରହିବା ଦ୍ୱାରା ନିଜର କାର୍ଯ୍ୟ ଅନେକାଂଶରେ ବାଧାପ୍ରାପ୍ତ ହୋଇଥାଏ ।

Get real time updates directly on you device, subscribe now.