fbpx

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ମିଠା ପାନ, ଜାଣନ୍ତୁ

ସବୁ ପର୍ବପର୍ବାଣିରେ ପାନର ବିଶେଷ ଭୂମିକା ରହିଛି । ସୁପାରୀ, ଚୁନ, ଗୁଆ ଓ ଅନ୍ୟାନ ମିଶ୍ରଣରୁ ହୋଇଥିବା ପାନ କେବଳ ଖାଇବାରେ ସ୍ୱାଦ ଦିଏନି, ଏହା ଶରୀରକୁ ମଧ୍ୟ ରୋଗମୁକ୍ତ କରିଥାଏ। ପାନ ପତ୍ରରେ ଅନେକ ରୋଗ ମମ୍ପୂର୍ଣ୍ଣ ଭାବେ ଭଲ ହୋଇଯାଏ। ଜାଣନ୍ତୁ ପାନ ପତ୍ରର ଔଷଧିୟ ଗୁଣ…

– ମୁହଁର ଗନ୍ଧ ଦୂର କରିବା ପାଇଁ ପାନ ଖାଇବା ଭଲ ହୋଇଥାଏ। ଦାନ୍ତ ମାଢି ଫୁଲିଲେ ପାନ ଖାଇବା ଦାନ୍ତ ପାଇଁ ଫାଇଦା ହୋଇଥାଏ।

– ପାନ ଖାଇବା ପାଚନ ପ୍ରକ୍ରିୟା ପାଇଁ ଲାଭଦାୟକ ହୋଇଥାଏ। ଏହା ସାଲିଭେରୀ ଗ୍ଲାଣ୍ଡକୁ ସତେଜ କରି ଲାଳ ସୃଷ୍ଟି କରିବାରେ ସହଯୋଗ କରେ। ଏହା ଖାଇବା ପଦାର୍ଥକୁ ଛୋଟ ଛୋଟ ଖଣ୍ଡ କରିବା କାମ କରେ।

– କୋଷ୍ଠକାଠିନ୍ୟ ସମସ୍ୟା ଥିବା ଲୋକଙ୍କ ପାଇଁ ପାନ ପତ୍ର ଚୋବେଇବା ବେଶ ଭଲ ହୋଇଥାଏ। ଗ୍ୟାସଟିକ, ଅଲସର ଥିଲେ ପାନ ଖାଇବା ଉଚିତ୍‌।

– ପାନ ପତ୍ରରେ ଏମିତି କିଛି ଔଷଧିୟ ଗୁଣ ଅଛି ଯାହା ବେକ୍ଟେରିଆର ପ୍ରଭାବକୁ କମ କରିବାରେ ସହଯୋଗ କରିଥାଏ।

– ଥଣ୍ଡା ହୋଇଥିଲେ ପାନକୁ ମହୁ ସହ ଖାଇଲେ ଶରୀର ପାଇଁ ଭଲ ହୋଇଥାଏ।

– ପାନରେ ଥିବା ଏନାଲଜେସିକ୍‌ ଗୁଣ ମୁଣ୍ଡ ବିନ୍ଧା ଦୂର କରେ। ଆଘାତ ଲାଗିଥିଲେ ପାନ ଖାଇବା ଦ୍ବାରା ଘା ଶୀଘ୍ର ଠିକ୍‌ ଭଲହୋଇଯାଏ।

– କାଶ ହେଉଥିବା ବେଳେ ପାନରେ ଜୁଆଣୀ ମିଶେଇ ଖାଇଲେ କାଶ କମିଯାଏ। କିନ୍ତୁ ଜର୍ଦା ଓ ଗୁଟଖାଯୁକ୍ତ ପାନ ଦେହ ପାଇଁ କ୍ଷତିକାରକ ହୋଇଥାଏ ।

Get real time updates directly on you device, subscribe now.