fbpx

ତେନ୍ତୁଳି ମଞ୍ଜିର ଉପକାରିତା ବିଷୟରେ ଜାଣନ୍ତୁ

ତେନ୍ତୁଳି ନାଁ ଶୁଣିଲେ ସମସ୍ତଙ୍କର ମୁହଁରେ ପାଣି ଆସିଯାଏ ଏବଂ ସମସ୍ତେ ଏହାର ଖଟ୍ଟା-ମିଠା ସ୍ୱାଦରେ ଭରପୂର ମଜ୍ଜା ନିଅନ୍ତି । ଏହା ବହୁ ପ୍ରକାରର ଚଟଣିପ୍ରସ୍ତୁତ କରିବା ସହ ଗୁପଚୁପ ରେ ମଧ୍ୟ ବହୁତ ସ୍ୱାଦ ଆଣିଥାଏ । କିନ୍ତୁ ଏଥିରେ ବହୁତ ଔଷଧିୟ ଗୁଣ ରହିଛି ।
କ୍ୟାଲସିୟମରେ ପରିପୂର୍ଣ୍ଣ
ଏଥିରେ କ୍ୟାଲସିୟମ ଏବଂ ମିନେରାଲ ଭରପୂର ମିଳିଥାଏ । ଯାହା ଆପଣଙ୍କ ହାଡ଼ କୁ ଶକ୍ତ କରିବାରେ ସାହାଯ୍ୟ କରିବା ଏବଂ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।
ଏଣ୍ଟି ବ୍ୟାକ୍ଟିରିଅଲ ଗୁଣ
ବ୍ୟାକ୍ଟେରିଆ କରଣରୁ ବହୁତ ପ୍ରକାର ରୋଗ ହୋଇଥାଏ । ତେନ୍ତୁଳି ମଞ୍ଜିର ଟୋନିନ୍ ନାମକ ତତ୍ୱ ମିଳିଥାଏ ଯାହା ଆପଣ ମାନଙ୍କୁ ବ୍ୟାକ୍ଟେରିଆ ତିଆରି ନକରିବା ଏବଂ ଏହାକୁ ନବଢ଼ାଇବାକୁ ସାହାଯ୍ୟ କରିଥାଏ ।
 ଅଣ୍ଟା ବ୍ୟଥା ଯନ୍ତ୍ରଣାରେ ଲାଭଦାୟକ
ଅଧିକ ମହିଳା ମାନଙ୍କୁ ଅଣ୍ଟା ବ୍ୟଥା ଯନ୍ତ୍ରଣାର ସମସ୍ୟା ହୋଇଥାଏ ଏବଂ ଏହି ସମସ୍ୟା ଆପଣଙ୍କର ଗର୍ଭଧାରଣ ସମୟରେ ବଢ଼ିଯାଇଥାଏ । ଏହା ଆପଣଙ୍କୁ ତେନ୍ତୁଳି ମଞ୍ଜିରୁ ତିଆରି ପାଉଡର ବ୍ୟବହାର କରିଲେ ମୁକ୍ତି ମିଳିଥାଏ ।

ତେନ୍ତୁଳି ମଞ୍ଜିରେ ପାଉଡର କରିବାର ପ୍ରଣାଳୀ

. ୨୦୦ ଗ୍ରାମ ତେନ୍ତୁଳି ର ମଞ୍ଜିକୁ ବାହାର କରି ତାକୁ ଗୁଣ୍ଡ କରନ୍ତୁ ।
. ତାପରେ ଏଥିରେ ୨୦୦ ଗ୍ରାମ ମିସିରି ମିଶାଇ ଗୋଟିଏ କାଚ ପାତ୍ରରେ ରଖିଦିଅନ୍ତୁ ।
.ଆପଣମାନେ ଚାହୁଁଛନ୍ତି ତ ଏହାକୁ ଆଉ ଗୋଟିଏ ପ୍ରକାରରେ ପ୍ରସ୍ତୁତ କରିପାରିବେ ୨୦୦ ଗ୍ରାମ ମଞ୍ଜିକୁ ୪ଦିନ ପାଣିରେ ଭିଜେଇ ଦିଅନ୍ତୁ ।ତାପରେ ଏହାକୁ ବାହାର କରି ଖରାରେ ଶୁଖାନ୍ତୁ । ପରେ ଏହାକୁ ଗୁଣ୍ଡ କରି ୨୦୦ ଗ୍ରାମ ମିସିରି ମିଶେଇ ରଖନ୍ତୁ ।
. ଏହି ପାଉଡରକୁ ସବୁଦିନ ଉଷମ କ୍ଷୀର ରେ ୧ ଚାମଚ ମିଶାଇ ପିଅନ୍ତୁ ।
. ଏହାକୁ ଆପଣ ଗୋଟିଏ ମାସ ଯାଏଁ ନେବେ ଯଦି ଆପଣଙ୍କୁ  ଦୁର୍ବଳତା ଲାଗୁଥିବ ତାହେଲେ ଆପଣଙ୍କୁ ଏହି ଉପାୟ ୨ ମାସ ଯାଏଁ କରିବାକୁ ପଡ଼ିବ ।

Get real time updates directly on you device, subscribe now.