fbpx

ଅପରାହ୍ନ ୫ଟା ୩୦ ସୁଦ୍ଧା ୫ଜିଲ୍ଲା ସାବଧାନ!

ଭୁବନେଶ୍ୱର, ୧୫ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାସହ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହେଉଛି । ଏହାରିମଧ୍ୟରେ ଆଜି ଅପରାହ୍ନ ୫ଟା ୩୦ ସୁଦ୍ଧା ୫ଟି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ବର୍ଷା ଓ ବଜ୍ରପାତକୁ ନେଇ ୫ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ । ୫ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ ବଲାଙ୍ଗିର ।
ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆଜି ଅବପାତରେ ପରିଣତ ହେବ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଆସନ୍ତାକାଲି ସନ୍ଧ୍ୟାରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଓଡ଼ିଶା ଉପରେ ପ୍ରଭାବ ନେଇ ଏବେ ବି ଚିତ୍ର ଅସ୍ପଷ୍ଟ ରହିଛି । ରାଜ୍ୟରେ ୧୯ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.