fbpx

ଉକୁଣିମରା ଔଷଧରେ ସଫା ହେବ କି କରୋନା?

ସାରା ବିଶ୍ୱରେ କରୋନା ଭାଇରସ୍ ନିଜର ପ୍ରଭାବ ବିସ୍ତାର କରିଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହାର କୌଣସି ନିର୍ଦ୍ଧିଷ୍ଟ ଔଷଧ ବା ଟୀକା ପ୍ରସ୍ତୁତ ହୋଇପାରିଲା ନାହିଁ । ଅନ୍ୟପଟେ ଉକୁଣିମରା ଔଷଧ ଆଇଭରମେକ୍ଟିନରେ କରୋନା ଭାଇରସକୁ ହରାଯାଇପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ଶରୀରରେ ମାତ୍ର ୪୮ ଘଣ୍ଟା ମଧ୍ୟରେ ଏହି ଔଷଧ ସଫା କରିଦେବ ବୋଲି କୁହାଯାଉଛି । ଆମେରିକାରେ ଏହି ଔଷଧକୁ କ୍ଲିନିକାଲ ଭାବେ ଟ୍ରାଏଲ କରାଯାଉଛି । ଲ୍ୟାବରେ ଗବେଷକମାନେ ଏହାକୁ ସଫଳ ପରୀକ୍ଷଣ କରିସାରିଛନ୍ତି । ତେବେ ଲ୍ୟାବରେ ଥିବା ଭାଇରସକୁ ଏହି ଔଷଧ ନଷ୍ଟ କରିବାରେ ସକ୍ଷମ ହୋଇଥିଲା । ଆମେରିକାର ୧୪୦ ଜଣ ରୋଗୀଙ୍କୁ ଏନେଇ ଚୟନ କରାଯାଇଛି । ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ଏହାର ପରୀକ୍ଷଣ ଜାରି ରହିବ ବୋଲି କୁହାଯାଇଛି । ସେହିପରି ଇରାକ ଓ ଅଷ୍ଟ୍ରେଲିଆରେ ମଦ୍ୟ ଏହାକୁ ନେଇ ପରୀକ୍ଷା ଜାରି ରହିଛି ।

Get real time updates directly on you device, subscribe now.