fbpx

ସଜାଗ ଓ ପ୍ରସ୍ତୁତ ରୁହନ୍ତୁ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୫ା୫(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା ମୁକାବିଲା କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧକ୍ଷତାରେ ସମ୍ଭାବ୍ୟ ବାତ୍ୟା ନେଇ ବୈଠକ ହୋଇଥିଲା । ସେହି ବୈଠକରେ ଏସଆରସି , ଡିଜିପି ଓ ପାଣିପାଗ ବିଭାଗ ନିର୍ଦ୍ଦେଶକ, ଏନଡ଼ିଆରଏଫର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ବୈଠକ ଶେଷ ହେବା ପରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲାପାଳ ଓ ଅଫିସରଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ତିତଲି ଓ ଫୋନିର ଭୟାବହତା ଉପରେ ମନେପକାଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ କେମିତି ମୁକାବିଲା ହୁଏ ଆପଣ ଭଲଭାବେ ଜାଣିଛନ୍ତି । ପାଣିପାଗ ବିଭାଗ ତାଙ୍କ କାମ କରନ୍ତୁ ଓ ଆପଣମାନେ ଆପଣଙ୍କ କାମ କରନ୍ତୁ ବୋଲି ସେ କହିଛନ୍ତିି । ସମ୍ଭାବ୍ୟ ବାତ୍ୟା ନେଇ ସଜାଗ ଓ ପ୍ରସ୍ତୁତ ରହିବାକୁ ସେ କହିଛନ୍ତି । କରୋନା ସହ ବାତ୍ୟା ଉପରେ ମଧ୍ୟ ନଜର ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି । ବାତ୍ୟା ମୁକାବିଲାରେ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପ୍ରଶଂସିତ ହୋଇଛି । ସମାନ ଢ଼ଙ୍ଗରେ ଏବେ ମୁକାବିଲା କରିବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ।


ଉଲ୍ଲେଖଯୋଗ୍ୟ ଯେ ଆଜି ଅବପାତରେ ପରିଣତ ହେବ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଆସନ୍ତାକାଲି ସନ୍ଧ୍ୟାରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଓଡ଼ିଶା ଉପରେ ପ୍ରଭାବ ନେଇ ଏବେ ବି ଚିତ୍ର ଅସ୍ପଷ୍ଟ ରହିଛି । ରାଜ୍ୟରେ ୧୯ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.