fbpx

ଲଙ୍ଗଳା ଫିଲ୍ମ ଲିଙ୍କ୍ ରେ ବଙ୍ଗଳା ଅଭିନେତ୍ରୀ, ଧରାପଡ଼ିଲା ଭିତିରି କଥା

ଓଡ଼ିଶା ଭାସ୍କର ବ୍ୟୁରୋ: ପର୍ଣ୍ଣୋଗ୍ରାଫିକ୍ ଫିଲ୍ମ କରିବା ଅଭିଯୋଗରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ଗିରଫ ହେବା ପରେ ଅନେକ ଗୁମର ଫିଟୁଛି । ଏଥିରେ ସମ୍ପୃକ୍ତ ଅନେକ ଲୋକଙ୍କୁ ବାନ୍ଧିଲାଣି ପୋଲିସ୍ । ଏହି କ୍ରମରେ ଆଉଜଣେ ଅଭିନେତ୍ରୀ ଫସିଛନ୍ତି ।

ସୂଚନା ଅନୁସାରେ ରାଜ୍ କୁନ୍ଦ୍ରାଙ୍କ ଅଶ୍ଳୀଳ ସାମ୍ରାଜ୍ୟ ସହ ଲିଙ୍କ୍ ଥିବା ନେଇ ବଙ୍ଗୀୟ ଅଭିନେତ୍ରୀ ନନ୍ଦିତା ଦତ୍ତାଙ୍କୁ ପୋଲିସ୍ ଗିରଫ କରିଛି । ଫଳରେ ନିନ୍ଦିତ ହୋଇଛନ୍ତି ନନ୍ଦିତା । ତେବେ ୩୦ ବର୍ଷୀୟା ନନ୍ଦିତାଙ୍କ ସହ ତାଙ୍କ ବାନ୍ଧବୀ ମାନେକ ଘୋଷଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି । ଅଭିଯୋଗ ଅନୁସାରେ ଏହି ଦୁଇ ବାନ୍ଧବୀ ଝିଅମାନଙ୍କୁ ୱେବ୍ ସିରିଜ୍ରେ କାମ କରିବାର ଆଶା ଦେଖାଇ ପରେ ଧମକାଉଥିଲେ ଓ ଜୋରଜବରଦସ୍ତ ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଥିଲେ । ଖାଲି ଏତିକି ନୁହେଁ, ନନ୍ଦିତା ନିଜେ ପର୍ଣ୍ଣ ଫିଲ୍ମ କରିସାରିଛନ୍ତି ଓ ଏକ ଫିଲ୍ମ ନେନ୍ସି ଭାବୀ ନାମରେ ଖୁବ୍ ଚର୍ଚ୍ଚିତ ।

ନନ୍ଦିତା ଆଉ ତାଙ୍କ ବାନ୍ଧବୀ ମାନେକଙ୍କ ବିରୋଧରେ ଗତ ୨୬ ତାରିଖରେ ଦୁଇଜଣ ମଡେଲ୍ ଅଭିଯୋଗ କରିବା ପରେ ପୋଲିସ୍ ତନାଘନା କରିଥିଲା । ଜଣେ ମଡେଲ୍ ଅଭିଯୋଗ କରିଛନ୍ତି ଯେ ବେଲିଗଞ୍ଜ ଅଞ୍ଚଳରେ ଥିବା ଏକ ଷ୍ଟୁଡିଓରେ ତାଙ୍କର ଜୋରଜବରଦସ୍ତ ନଗ୍ନ ଫଟୋଶୁଟ୍ ସହ ଭିଡିଓ କରାଯାଇଥିଲା । ସେହିପରି ନ୍ୟୁ ଟାଉନ୍ ହୋଟେଲ୍ରେ ତାଙ୍କର ଜଣେ ସାଥୀଙ୍କ ପର୍ଣ୍ଣ ଭିଡିଓ ଶୁଟ୍ ସେହିପରି ଧମକାଇ କରାଯାଇଥିଲା ବୋଲି ମଡେଲ୍ ଅଭିଯୋଗ କରିଛନ୍ତି । ପୋଲିସ୍ ଏନେଇ ଅଧିକ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.