fbpx

ମମତାଙ୍କୁ ଝଟକା: CBI କରିବ ବେଙ୍ଗଲ ହିଂସାର ତଦନ୍ତ

AAKASH

ନୂଆଦିଲ୍ଳୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଝଟକା । ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କୋଲକାତା ହାଇକୋର୍ଟର ୫ ଜଣିଆ ଖଣ୍ଡପୀଠ ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ବିଣ୍ଡାଲଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ୬ ସପ୍ତାହ ମଧ୍ୟରେ ମାମଲାର ଚୂଡାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

ବେଙ୍ଗଲରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ହୋଇଥିବା ମୃତ୍ୟୁ ଓ ଦୁଷ୍କର୍ମ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅନ୍ୟ ଅଭିଯୋଗ ଗୁଡିକର ତଦନ୍ତ ଏସଆଇଟି କରିବ । ପଶ୍ଚିମବଙ୍ଗ କମିଶନର ସୌମେନ ମିତ୍ରଙ୍କ ସହିତ ଅନ୍ୟ ଦୁଇ ପୋଲିସ ଅଫିସରଙ୍କୁ ନେଇ ଏହି ଏସଆଇଟି ଗଠିତ ହେବ । କୋର୍ଟଙ୍କ ନିର୍ଦ୍ଦେଶ ବିନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ମେ ୨ ତାରିଖରେ ବେଙ୍ଗଲ ହିଂସାକାଣ୍ଡକୁ ନେଇ ଏକାଧିକ ପିଟିସନ ଦାଖଲ କରାଯାଇଥିଲା । ଏପରିକି ହିଂସାକାଣ୍ଡ ପାଇଁ କିଛି ହିନ୍ଦୁ ନିଜ ଜନ୍ମ ମାଟି ଛାଡିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ବିଜେପି କର୍ମୀଙ୍କୁ ଟିଏମସି ପକ୍ଷରୁ ଆକ୍ରମଣ କରାଯାଇଥିବା ନେଇ ମଧ୍ୟ ବିଜେପି ଅଭିଯୋଗ କରିଥିଲା ।

Get real time updates directly on you device, subscribe now.