(Video) ମଝି ରାସ୍ତାରେ ଷ୍ଟାଇଲ୍ ମାରି ଚା’ ପିଇବାରୁ ବାନ୍ଧିନେଲା ପୋଲିସ, ପୁଅର ଏକାଥରକେ ଛାଡ଼ିଗଲା ସବୁ ନିଶା

ଭିଡିଓ ଦେଖି ବାନ୍ଧି ନେଲା ପୋଲିସ । ରିଲ୍ସ ପାଇଁ ପାଗଳ ଯୁବକ ।

ବାଙ୍ଗାଲୁରୁ: ରିଲ୍ସ ପାଇଁ ଅନେକ ଜେଲ ସଜା କାଟି ସାରିଛନ୍ତି । ଏବେ ଏମାନଙ୍କ ସୂଚୀରେ ଆଉ ଜଣଙ୍କ ନାଁ ଯୋଡ଼ି ହୋଇଛି । ବେଙ୍ଗାଲୁରୁର ଜଣେ ଯୁବକ ରିଲ୍ସ କରି ହୋଇଛନ୍ତି ଗିରଫ ।

ଯୁବକ ଜଣକ ଜନଗହଳି ରାସ୍ତା ମଝିରେ ଏକ ମୁଭିଂ ଚେୟାର ପକେଇ ରିଲ୍ସ ଚା ପିଇ ପିଇ ରିଲ୍ସ କରୁଥିବାର ଦେଖିବାକୁ ମିଳୁଥିଲା । ଯୁବକ ଜଣକ ଏହି ରିଲ୍ସକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ ।

କିନ୍ତୁ ଭିଡିଓ ଦେଖି ଯୁବକଙ୍କୁ ବାନ୍ଧିଛି ପୋଲିସ । ଏପ୍ରିଲ ୧୨ ତାରିଖର ଭିଡିଓ । ବେଙ୍ଗାଲୁରୁ ମଗାଡ଼ି ଅଞ୍ଚଳରେ ଭିଡିଓଟି ହୋଇଥିବା ପୋଲିସ କହିଛି ।

ଭିଡିଓ ଦେଖି ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ଯୁବକଙ୍କୁ ଗିରଫ କରିନେଇଛି । ଟ୍ରାଫିକ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଯୁବକଙ୍କ ବିରୋଧରେ ଏ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଯୁବକଙ୍କୁ ଏବେ ଛାଡ଼ିଦେଇଛି, ହେଲେ ଆଗାମୀ ଦିନରେ ଏପରି ଭୁଲ ନ କରିବା ପାଇଁ ପୋଲିସ ପକ୍ଷରୁ ଚେତାବନୀ ମଧ୍ୟ ଯୁବକଙ୍କୁ ଦିଆଯାଇଛି ।