fbpx

(video) କାହିଁକି ଏମିତି କଲେ ମୁକ୍ତି, ବଖାଣିଲେ ମୃତ ଅଭିଯୁକ୍ତ ମୁକ୍ତିରଞ୍ଜନଙ୍କ ସାନଭାଇ

ଭଦ୍ରକ: ବେଙ୍ଗାଲୁରୁ ମହାଲକ୍ଷ୍ମୀଙ୍କ ଜଘନ୍ୟ ହତ୍ୟାର ଚେର ଲମ୍ବିଛି ଭଦ୍ରକ ଯାଏ । ପୋଲିସ ହତ୍ୟାକାରୀଠାରୁ ହତ୍ୟା ପଛର କାରଣ ଜାଣିବା ଆଗରୁ ମୃତ୍ୟୁକୁ କୋଳେଇ ନେଇଛି ଅଭିଯୁକ୍ତ । ପୋଲିସ ଘଟଣା ପଛର କାରଣ ଖୋଜୁଛି । ଏହାରି ଭିତରେ ଅଭିଯୁକ୍ତ ମୃତକର ସାନ ଭାଇ ଖୋଲିଛି ହତ୍ୟା ପଛର ଗୁମର ।

ବଡ଼ ଭାଇ କରିଥିବା ହତ୍ୟାର କାହାଣୀ ବଖାଣିଛି ସାନ ଭାଇ । ଲୋମଟାଙ୍କୁରା କାହାଣୀ ହୃଦସ୍ପନ୍ଦନକୁ ବନ୍ଦ କରିଦେବାକୁ ଯଥେଷ୍ଟ । ଉଭୟ ମହାଲକ୍ଷ୍ମୀ ଓ ଅଭିଯୁକ୍ତ ମଧ୍ୟରେ ଥିଲା ପରିକିଆ ପ୍ରେମ ପାଲଟିଯାଇଥିଲା ବ୍ଲାକମେଲରେ । ଅଭିଯୁକ୍ତଠାରୁ ଲୁଟି ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା ଏବଂ ସୁନା ଅଳଙ୍କାର । ଆଉ ଏଥିରେ ଉତିଷ୍ଟ ହୋଇ ଅଭିଯୁକ୍ତ କରିଦେଇଥିଲେ ବିଭତ୍ସ ହତ୍ୟା । ଏମିତି କିଛି ହୋଇଥିବା କହିଛି ଅଭିଯୁକ୍ତଙ୍କ ସାନଭାଇ ।

ଭଦ୍ରକର ମୁକ୍ତିରଞ୍ଜନଙ୍କ ସହ ମୃତା ମହାଲକ୍ଷ୍ମୀଙ୍କ ପରିଚୟ ହୋଇଥିଲା ମହାଲକ୍ଷ୍ମୀ କାମ କରୁଥିବା ସପିଂ ମଲରେ । ମହାଲକ୍ଷ୍ମୀ ଥିଲେ ସ୍ୱାମୀପରିତ୍ୟକ୍ତା । ମଲରେ କାମ କରି ଗୁଜୁରାଣ ମେଣ୍ଟାଉଥିଲେ । ମୁକ୍ତିରଞ୍ଜନଙ୍କ ସହ ଭେଟ ହୋଇଥିଲା ମଲରେ । ଧୀରେ ଧୀରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ହେଲେ ଏହି ପ୍ରେମ ସେତେବେଳେ ମୁକ୍ତିରଞ୍ଜନଙ୍କ ପାଇଁ ବୋଝ ହୋଇଗଲା, ଯେତେବେଳେ ମହାଲକ୍ଷ୍ମୀ ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କଲେ । ବ୍ଲାକମେଲ କରି ମୁକ୍ତିକାନ୍ତଙ୍କଠାରୁ ମହାଲକ୍ଷ୍ମୀ ଲକ୍ଷ ଲକ୍ଷ ଟଙ୍କା, ସୁନା ଅଳଙ୍କାର ନେଉଥିଲେ ।

ରାତି ରାତି ଫୋନ କରି ଟଙ୍କା ମାଗୁଥିଲେ । ଏମିତି କି ମହାଲକ୍ଷ୍ମୀ, ମୁକ୍ତିଙ୍କୁ ତାଙ୍କ ପରିବାର ଠାରୁ ଅଲଗା କରି ଦେଇଥିଲେ ବୋଲି ବଡ଼ ଭାଇ କହିଥିବା କଥା ସାନ ଭାଇ କହିଛନ୍ତି । ଯାହାକୁ ନେଇ ଉତକ୍ଷିପ୍ତ ହୋଇ ଏମିତି କାଣ୍ଡ ଭିଆଇଥିଲେ ମୁକ୍ତିରଞ୍ଜନ ବୋଲି ତାଙ୍କ ଭାଇ କହିଛନ୍ତି ।

 

 

Get real time updates directly on you device, subscribe now.