fbpx
BJD SKY
BJD SKY

ପୁଣି ଗୋଲାପୀ ରଙ୍ଗରେ ସଜେଇ ହେଲା ବେଙ୍ଗାଲୁରୁ: ନେଟିଜେନ୍ସ ଶେୟାର କଲେ ସହରର ଅନେକ ଆକର୍ଷଣୀୟ ଫଟୋ

BJD

ନୂଆଦିଲ୍ଲୀ: ଚଳିତ ମାସରେ ସମଗ୍ର ବେଙ୍ଗାଲୁରୁ ସହର କେବଳ ଗୋଲାପୀ ରଙ୍ଗରେ ରଙ୍ଗୀନ ହୋଇଛି । ଲାଗୁଥିଲା ସତେ ଯେମିତି ଏହି ସହରକୁ କିଏ ଗୋଲାପୀ ଶାଢ଼ୀରେ ସଜେଇ ଦେଇଛି । ବୃକ୍ଷମାନଙ୍କରେ ଗୋପାଲାପୀ ରଙ୍ଗର ଫୁଲ ପ୍ରକୃତିର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥିଲା । ଏହି ଫଟୋକୁ ଦେଖିବା ପରେ ଯେ କେହି ବି ବେଙ୍ଗାଲୁରୁ ସହରକୁ ଥରେ ଭ୍ରମଣରେ ଯିବାକୁ ନିଶ୍ଚିତ ଭାବେ ଇଚ୍ଛା ପ୍ରକାଶ କରିବ । ତେବେ ଏହି ଅବସରରେ ନେଟିଜେନ୍ସ ସହରର ଏହି ସୌନ୍ଦର୍ଯ୍ୟମୟ ଗୋଲାପୀ ଛବିକୁ ଅନଲାଇନରେ ଶେୟାର କରିଛନ୍ତି ।

ଏହି ଅବସରରେ ରବି କିର୍ତ୍ତୀ ଗୌଡ଼ ନାମକ ଜଣେ ଟ୍ୱିଟର ୟୁଜର କହିଛନ୍ତି, ‘ସୁନ୍ଦର ବେଙ୍ଗାଲୁରୁ । ବେଙ୍ଗାଲୁରୁ ସହରରେ ଅନେକ ମାତ୍ରାରେ ଟାବେବୁଇଆ ରୋଜିଆ ବୃକ୍ଷ ରହିଛି ବୋଲି ମୁଁ ଜାଣିଛି ।’ ଏହି ଅବସରରେ ରବି ଗୋଲାପୀ ରଙ୍ଗର ଅନେକ ଫଟୋ ଶେୟାର କରିଥିଲେ । ପିଙ୍କ ଟ୍ରମ୍ପେଟକୁ ଟାବେବୁଇଆ ରୋଜିଆ କିମ୍ବା ପିଙ୍କ ପୋଓ ମଧ୍ୟ କୁହାଯାଇଥାଏ । ଏହା ନିଓଟ୍ରୋପିକାଲ ପ୍ରଜାତିର ବୃକ୍ଷ ହୋଇଥିବା ବେଳେ ଏହା ଦକ୍ଷିଣ ମେକ୍ସିକୋରୁ ଆସିଥିଲା । ସାଧାରଣ ଭାବେ ଏହି ଗଛରେ ଜାନୁଆରୀ ଓ ଫେବୃଆରୀ ମାସର ଶୁଷ୍କ ପାଗରେ ଫୁଲ ଆସିବା ଆରମ୍ଭ ହୋଇଥାଏ । ଏହାପରେ ଅଗଷ୍ଟ, ସେପ୍ଟେମ୍ବର, ଏପ୍ରିଲ, ମେ ମାସରେ ମଧ୍ୟ ଫୁଲ ଆସିଥାଏ ।

ସେହିପରି ପ୍ରେକ୍ଷା ନାମକ ଜଣେ ୟୁଜର ଏକ ଗୋଲାପୀ ଫଟୋ ଶେୟାର କରି ‘ଚେରି ବ୍ଲୋସମ ମାସ’ ବୋଲି ଲେଖିଛନ୍ତି । ‘ଗୋଲାପୀ ରଙ୍ଗ ସହରର ଗଳିକନ୍ଦିରେ ଚମକୁଛି’ ବୋଲି ନାଭେଦ ଅହମଦ ନାମକ ଜଣେ ୟୁଜର ଲେଖିଛନ୍ତି । ଏଥିସହିତ ସେ ସହରର ଅନେକ ମନଲୋଭା ଗୋଲାପୀ ଫଟୋ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି । ଏହି ସବୁ ପୋଷ୍ଟକୁ ନେଇ ଟ୍ୱିଟରରେ ଅନେକ ଭଲ ଭଲ କମେଣ୍ଟ ମଧ୍ୟ ଆସୁଥିବା ଦେଖିବାକୁ ମିଳିଛି । ସମସ୍ତେ ବେଙ୍ଗାଲୁରୁ ସହରର ଗୋଲାପୀ ରଙ୍ଗକୁ ପ୍ରଶଂସା ନକରି ରହି ପାରୁନାହାନ୍ତି ।

Get real time updates directly on you device, subscribe now.