fbpx

ବସ୍ ପୋଡ଼ି ୧୦ଜଣଙ୍କର ମୃତ୍ୟୁ ଘଟଣାରେ ଶକ୍ତି ବିଭାଗ ଦାୟୀ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର, ୧୩ା୨(ଓଡ଼ିଶା ଭାସ୍କର): ଗଞ୍ଜାମରେ ବସରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୦ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପଛରେ ଶକ୍ତି ବିଭାଗ ଦାୟୀ ଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହାସହ ଦୁର୍ଘଟଣା ପଛରେ ଶକ୍ତି ବିଭାଗର ଦୋଷ ଓ ଦୁର୍ବଳତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ଭୁଲ କିଛି ନାହିଁ । ପରିବହନ ବିଭାଗର ତଦନ୍ତ ରିପୋର୍ଟ ଆସି ସାରିଛି । ଗତକାଲି ପରିବହନ ବିଭାଗର ଏକ ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲା । ଗ୍ରାଉଣ୍ଡ ଜିରୋରେ ମୁଁ ନିଜେ ଯାଇ ଅନୁଧ୍ୟାନ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଅନୁଧ୍ୟାନରୁ ଜଣାପଡ଼ୁଛି ଶକ୍ତି ବିଭାଗର ହିଁ ଦୋଷ ରହିଛି ।

ଉଲ୍ଲେଖଯୋଗ୍ୟ ଯେ ଗତ ୯ ତାରିଖ ଦିନ ବ୍ରହ୍ମପୁର ସ୍ଥିତ ଗୋଳନ୍ଥରାର ମେଣ୍ଡରାଜପୁର ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ସେଠାରେ ଏକ ବସରେ ଭୟାବହ ଅଗ୍ନିକାଣ୍ଡ ଘଟିିଥିଲା । ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସିଲକ ସିଟି ବସ୍ ଜଳିଯାଇଥଲା । ସେଥିରେ ବାହାଘର ନିର୍ବନ୍ଧ ପାଇଁ ୪୩ ଜଣ ଯାଉଥିଲେ । ସେମାନଙ୍କ ମଧ୍ୟରୁ ୧୦ଜଣଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.