fbpx

କରୋନା ଭାଇରସରୁ କିପରି ବର୍ତ୍ତିବେ ? ସୁରକ୍ଷା ପାଇଁ କରନ୍ତୁ ଏହି କାମ

ଚୀନରେ ବ୍ୟାପୁଥିବା କରୋନା ଭାଇରସ୍ ଧିରେ ଧିରେ ଭାରତକୁ ଗ୍ରାସ କରିବାକୁ ଲାଗିଲାଣି । ଏହି ଭୂତାଣୁରେ ଦେଶରେ ୨୫ ଲୋକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଛି କି, କରୋନା ଭାଇରସରୁ କିପରି ରକ୍ଷା ପାଇବେ? ଏହାର ମଧ୍ୟ କିଛି ଉପାୟ ରହିଛ, ଆସନ୍ତୁ ଜାଣିବା..

 ହାତକୁ ସଫା ରଖିବା
କରୋନା ରୋଗରୁ ବଞ୍ଚିବା ପାଇଁ ସଫା ସୁତୁରା ରଖିବା ନିହାତି ଦରକାର । ହାତକୁ ଭଲରେ ସାବୁନ୍ ବା ସେନିଟାଇଜର ଦ୍ୱାରା ଧୋଇବା ଜରୁରୀ । ଏହା ପରେ ଆପଣ ହାତକୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ରଗଡି ଧୋଇଦିଅନ୍ତୁ । ଧୋଇବା ପରେ କୌଣସି ସଫା କପଡାରେ ହାତକୁ ପୋଛିଦିଅନ୍ତୁ ।

–   ଖାସ ସମୟରେ ଟିସୁ ମୁହଁରେ ରଖିବା ସହ ପରେ ଟିସୁକୁ ଡଷ୍ଟବିନରେ ଫୋପାଡି ଦିଅନ୍ତୁ । କୌଣସି ଅନ୍ୟ ବ୍ୟକ୍ତିଙ୍କ ଛିଙ୍କ ଓ ଖାସରୁ ମଧ୍ୟ ବଞ୍ଚିବା ପାଇଁ ଟିସୁ ବ୍ୟବହାର କରନ୍ତୁ ।

–  କୌଣସି ବାହାର ଲୋକଙ୍କ ସହ ହାତ ମିଳାନ୍ତୁ ନାହିଁ । ଯଦି ଏପରି କରନ୍ତି, ତେବେ ତୁରନ୍ତ ହାତକୁ ଭଲ ଭାବରେ ଧୋଇଦିଅନ୍ତୁ ।

  ବସ୍, ଟ୍ରେନ୍ ବା ସାର୍ବଜନୀନ ସ୍ଥାନରେ କୌଣସି ସାମଗ୍ରୀକୁ ଛୁଁଅନ୍ତୁ ନାହିଁ । ଏପରି ସ୍ଥାନରେ ବହୁତ ସାବଧାନୀ ରଖିବା ଜରୁରି ।

–   ଫଳ ଓ ପରିବାକୁ ଖାଇବା ପୂର୍ବରୁ ଭଲ ଭାବରେ ଧୋଇ ବ୍ୟବହାର କରନ୍ତୁ । ବଜାରରୁ ଆଣି ସିଧାସଳଖ ଖାଇବାର ଭୁଲ କରନ୍ତୁ ନାହିଁ ।

–  ରୋଷେଇ କରିବା ବେଳେ ସାବଧାନୀ ରଖନ୍ତୁ । ପରିବାକୁ ଭଲ ଭାବରେ ସିଜାଇ ଖାଇବା ସହ ରୋଷେଇରେ ବ୍ୟବହାର ପାଣିକୁ ବି ଫୁଟାଇ ବ୍ୟବହାର କରନ୍ତୁ ।

–  ମାଂସ ବା ଅଣ୍ଡାକୁ ଭଲ ଭାବରେ ସିଜାଇ ଖାଆନ୍ତୁ । ଦରକଞ୍ଚା ବିଲକୁଲ ଖାଆନ୍ତୁ ନାହିଁ ।

–  ନିଜ ଘର ଚାରିପାଖକୁ ସଫା ରଖନ୍ତୁ । ଘର ଓ ଘର ବାହାରକୁ ସଫା ରଖିବାରେ ବିଶେଷ ଧ୍ୟାନ ଦିଅନ୍ତୁ ।

–  ବାରମ୍ବାର ମୁହଁ-ଆଖିରେ ହାତ ଲଗାନ୍ତୁ ନାହିଁ । ଯଦି ଏପରି କରୁଥାନ୍ତି, ତେବେ ହାତକୁ ଭଲ ଭାବରେ ଧୋଇଦିଅନ୍ତୁ ।

–  କୌଣସି ବିମାର ବ୍ୟକ୍ତିଙ୍କ ସମ୍ପର୍କରେ ଆସିବାରୁ ନିଜକୁ ରକ୍ଷା କରନ୍ତୁ । ରୋଗୀ ବ୍ୟକ୍ତିଙ୍କ ସମ୍ପର୍କରେ ଆସିବା ଦ୍ୱାରା ଆପଣଙ୍କର କ୍ଷତି ହୋଇପାରେ ।

–  ସାର୍ବଜନିକ ସ୍ଥାନରେ ମୁହଁକୁ ଭଲ ଭାବରେ ଘୋରାଇ ରଖନ୍ତୁ । ଏଥିପାଇଁ ଏନ୯୫ ମାସ୍କ ପିନ୍ଧିବା ଜରୁରି ।

–  ଏହି ସମୟରେ ଅଭ୍ୟାସଗତ ଖାଦ୍ୟ ଖାଇବା ଦରକାର । ଇମ୍ୟୁନିଟିକୁ ବୁଷ୍ଟ କରୁଥିବା ଖାଦ୍ୟକୁ ଡାଇଟରେ ସାମିଲ କରନ୍ତୁ । ଆପରଙ୍କ ଡାଇଟ୍ ଯେତେ ଶକ୍ତ ହେବ, ଭାଇରସର ଶକ୍ତି ସେତେ କମ୍ ହେବ ।

Get real time updates directly on you device, subscribe now.