fbpx

ଭିମସାର ଓ କେନ୍ଦୁଝରରେ କରୋନା ସନ୍ଦିଗ୍ଧ

ଭୁବନେଶ୍ୱର, ୪ା୩(ଓଡ଼ିଶା ଭାସ୍କର): ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ । ଏହାରି ମଧ୍ୟରେ ବୁର୍ଲା ଭିମସାରରେ ଜଣେ ଯୁବକ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ତାଙ୍କୁ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ଼ରେ ଚିକିତ୍ସା କରାଯାଉଛି । ସେହି ଯୁବକଙ୍କ ଘର ସୋନପୁର ଜିଲ୍ଲାରେ ବୋଲି ସୂଚନା ମିଳିଛି । କିଛିଦିନ ପୂର୍ବେ ଯୁବକ ଜଣକ ଦୁବାଇରୁ ଘରକୁ ଫେରିଥିଲେ ।

ସେହିପରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ଭର୍ତ୍ତି ହୋଇଛନ୍ତି । ସେ ଗତ ତିନି ଦିନ ତଳେ ଆଣ୍ଡାମାନ ନିକୋବରରୁ ଫେରିଥିଲେ । କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

Get real time updates directly on you device, subscribe now.